IBN ଓଡ଼ିଶା ବ୍ୟୁରୋ

ଫ୍ରିଜରେ କେବେବି ରଖନ୍ତୁ ନାହିଁ ଏହି 8 ଟି ଜିନିଷ ! ନଚେତ ହୋଇବ ସାଂଘାତିକ ବେମାରୀ

ଫ୍ରିଜରେ ଏହି 8 ଟି ଜିନିଷକୁ ରଖନ୍ତୁ ନାହିଁ । ଆମେ ମାନେ ମାର୍କେଟରୁ ଯାହା ବି କିଛି ଜିନିଷ ଆଣିଥାଉ । ତାହାକୁ ଆଣି ନିଜ ଫ୍ରିଜରେ ରଖିଦେଇଥାଉ । କାରଣ ଯେପରି ସେହି ଜିନିଷଟି ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେଶ ହୋଇକି ରହିବ । ହେଲେ ସେଥିମଧ୍ୟରୁ ଏପରି କିଛି ଜିନିଷ ସବୁ ରହିଥାଏ । ଯେଉଁ ସବୁ ଜିନିଷକୁ ଫ୍ରିଜରେ ରଖିବା ଉଚିତ ହୋଇନଥାଏ । ତେବେ ଚାଲନ୍ତୁ କେଉଁ କେଉଁ ଜିନିଷକୁ ଫ୍ରିଜରେ ରଖିବା ଅନୁଚିତ ସେ ବିଷୟରେ ଏଠାରେ ଆଲୋଚନା କରିବା ।

1- ଫ୍ରିଜରେ ସେଓ ରଖନ୍ତୁ ନାହିଁ । ଏହା କମ ସମୟ ମଧ୍ୟରେ ପଚିଯିବାର ସମ୍ଭାବନା ରହିଥାଏ । ଯଦିଓ ଫ୍ରିଜରେ ସେଓକୁ ରଖୁଛନ୍ତି । ତେବେ ତାହାକୁ କାଗଜରେ ଗୁଡାଇ ଫ୍ରିଜର ତଳ ଭାଗରେ ଥିବା ଥାକରେ ହିଁ ରଖନ୍ତୁ ।

2- ମଞ୍ଜି ଥିବା ଫଳ ଯାହା ସବୁ ରହିଥାଏ । ତାହାକୁ ବି ଫ୍ରିଜରେ ରଖନ୍ତୁ ନାହିଁ । କାରଣ ଏହି ସବୁ ଫଳ ମାନଙ୍କୁ କମ ତାପମାନରେ ରଖିବା ଦ୍ଵାରା ସେଥିରେ ଥିବା ଏନଯାଇମ ଗୁଡିକ ସକ୍ରିୟ ହୋଇଯାଇଥାନ୍ତି । ଯାହା ଫଳରେ କି ଫଳ ଗୁଡିକ ଶୀଘ୍ର ପଚି ନଷ୍ଟ ହୋଇଯାଇଥାନ୍ତି ।

3- ଅନେକ ଲୋକ ଫ୍ରିଜରେ ବ୍ରେଡ୍ କୁ ମଧ୍ୟ ଅନେକ ଦିନ ଧରି ରଖିଥାନ୍ତି । ହେଲେ ଫ୍ରିଜରେ ରଖିକି ଖାଉଥିବ ବ୍ରେଡ ଗୁଡିକ ବହୁତ ଅଧିକ ଶୁଖିଯାଇଥାଏ । ଯାହା ଫଳରେ ଏହି ପ୍ରକାର ବ୍ରେଡ ଖାଇଲେ ବ୍ୟକ୍ତି ବେମାରୀରେ ପଡିବାର ସମ୍ଭାବନା ରହିଥାଏ ।

4- ଅନେକ ଲୋକ ମହୁକୁ ଫ୍ରିଜରେ ରଖିଦେଇଥାନ୍ତି । ହେଲେ ମହୁକୁ ଭୁଲରେ ବି ଫ୍ରିଜରେ ରଖନ୍ତୁ ନାହିଁ । ନଚେତ ଏହି ମହୁର ଉପକାରୀତା ଗୁଣ କମିଯାଇଥାଏ ।

5- କୌଣସି ପ୍ରକାର ତେଲ ବିଶେଷ କରି ଅଲିଭ ଅଏଲକୁ ଫ୍ରିଜରେ ରଖିବାର ଭୁଲ ଆପଣ ମାନେ କରନ୍ତୁ ନାହିଁ । ଏହି ଅଲିଭ ଅଏଲକୁ ସବୁବେଳେ ସାଧାରଣ ତାପମାତ୍ରାରେ ରଖନ୍ତୁ ।

6- ପିଆଜକୁ ଅଧିକ ଦିନ ପର୍ଯ୍ୟନ୍ତ ଭଲ ରଖିବା ପାଇଁ ତାହାକୁ ଫ୍ରିଜରେ ରଖନ୍ତୁ ନାହିଁ । ନଚେତ ଏଥିରେ ଫିମ୍ପି ଲାଗି ନଷ୍ଟ ହୋଇଯାଇପାରେ । ବଂର ତାହାକୁ ଶୁଖିଲା ଓ ଅନ୍ଧାରିଆ ଜାଗାରେ ରଖନ୍ତୁ ।

7- ପରିବା ମଧ୍ୟରୁ ଆଳୁକୁ ବି ଫ୍ରିଜରେ ରଖନ୍ତୁ ନାହିଁ । ନଚେତ ଏଥିରେ ସୁଗାରର ମାତ୍ରା ବଢିଯାଇଥାଏ । ତେଣୁ ଆଳୁକୁ ରୁମ୍ ଟେମ୍ପ୍ରେଚରରେ ରଖନ୍ତୁ ।

8- ଆଚାରକୁ ଯଦି ଫ୍ରିଜରେ ରଖୁଥାନ୍ତି । ତେବେ ଆଚାରରେ ଥିବା ଅଧିକ ପରିମାଣର ଭିନେଗାର ଫ୍ରିଜର ଅନ୍ୟ ସବୁ ଜିନିଷକୁ ବହୁତ ଶୀଘ୍ର ନଷ୍ଟ କରିଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button