IBN ଓଡ଼ିଶା ବ୍ୟୁରୋ

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି : ବାସ୍ ରାତିରେ ଏହି 5 ଟି କାମ କରନ୍ତୁ

ସୁନ୍ଦର ଦେଖାଯିବା ଏହି 5 ଟି ଟିପ୍ସ ଜାଣନ୍ତୁ ! ବନ୍ଧୁଗଣ ପୁଅ ହେଉ ଅବା ଝିଅ ସମସ୍ତେ ନିଜକୁ ସୁନ୍ଦର କରି ରଖିବା ପାଇଁ ଚାହିଁଥାନ୍ତି । ହେଲେ ସୁନ୍ଦରତାକୁ ପାଇବା ପାଇଁ ହେଲେ ବା ସୁନ୍ଦର ଚେହେରାକୁ ସବୁଦିନ ପାଇଁ ବଜାୟ ରଖିବା ପାଇଁ ହେଲେ ସେଥିପାଇଁ ଆପଣଙ୍କୁ କିଛି କଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଦିନ ସାରା କାମ କରି କରି ରାତିରେ ଶୋଇବା ସମୟ ହେଲେ ଆମେ ସମସ୍ତେ ଶୋଇପଡିଥାଉ । ହେଲେ ବିଶେଷ କରି ରାତିର ଏହି ଶୋଇବା ପୂର୍ବରୁ ଏହି ସବୁ ଟିପ୍ସକୁ ପାଳନ କରିବାକୁ ପଡିବ । ଯାହା ଆପଣଙ୍କ ଚେହେରାର ସୁନ୍ଦରତାକୁ ଅଧିକ ବଢାଇ ଦେଇଥାଏ ।

1-  ଦିନରେ ଯଦି ଆପଣ ମେକପ ନେଇଥିବେ । ତେବେ ତାହାକୁ ରାତିରେ ନିହାତି ଭାବେ ଛଡାଇ ଶୁଅନ୍ତୁ । କାରଣ ଅନେକ ଲୋକ ମୁହଁରେ ଥିବା ମେକପକୁ ନଛଡାଇ ସେମିତି ହିଁ ଶୋଇ ପଡିଥାଏ । ଏପରି କରିବା ଦ୍ଵାରା ରାତି ସାରା ସେହି ସବୁ ମେକପ ଜିନିଷ ମୁହଁରେ ରହି ଆପଣଙ୍କୁ ସ୍କିନକୁ ଡ୍ୟାମେଜ କରିପାରେ । ଯାହା ଫଳରେ ଚେହେରାରେ ପିମ୍ପଲ, ଆକନି ଆଦି ହୋଇଥାଏ । ତେଣୁ ମୁହଁରୁ ମେକପକୁ ଭଲ ଭାବେ ଛଡାଇ ଦିଅନ୍ତୁ ।

2- ରାତିରେ ଶୋଇବା ପୂର୍ବରୁ ସାଧାରଣ ପାଣି କିମ୍ବା ହଲ୍କା ଉଷୁମ ପାଣିରେ ଗାଧୋଇ କରି ଶୁଅନ୍ତୁ । ଏପରି କରି ଶୋଇବା ଦ୍ଵାରା ଆପଣଙ୍କର ଦିନମାନର କାମ କରି ଯେଉଁ ଝାଳ, ଧୁଳି, ମଇଳା ଆଦି ଦୂର ହୋଇଯିବ । ଏଥିସହ ଆପଣଙ୍କ ସ୍କିନ ହେଲଦି ରହିବା ସହ ନିଦ ମଧ୍ୟ ଭଲ ହୋଇଥାଏ ।

3- ଶୋଇବା ପୂର୍ବରୁ ଚେହେରା ଏବଂ ସଂପୂର୍ଣ୍ଣ ବଡିକୁ ମଏଶ୍ଚରାଇଜିଙ୍ଗ କରିକି ଶୁଅନ୍ତୁ । କୌଣସି ଭଲ ମଏଶ୍ଚର ବା ନଡିଆ ତେଲରେ ବଡି ଓ ଚେହେରାରେ ଲଗାଇ ଶୁଅନ୍ତୁ । 4- ରାତିରେ ଶୋଇବା ପୂର୍ବରୁ ଯଦି ସମ୍ଭବ ତେବେ ଚୁଟିକୁ କୁଣ୍ଡାଇ ଶୁଅନ୍ତୁ । ନଚେତ ଚୁଟିକୁ ଭଲ ଭାବେ ବାନ୍ଧି କରି ଶୁଅନ୍ତୁ ।

5- ଏଥିସହ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଟିପ୍ସ ହେଉଛି । ରାତିରେ ଶୋଇବା ପୂର୍ବରୁ ଅନ୍ତତଃ ନିଜ ଦାନ୍ତକୁ ବ୍ରସ ଦ୍ଵାରା ସଫା କରି ଅର୍ଥାତ ଆପଣ ଦାନ୍ତ ଘାସିକି ହିଁ ଶୁଅନ୍ତୁ । ଯାହା ଦ୍ଵାରା ଦାନ୍ତ ସୁନ୍ଦର ଓ ସୁସ୍ଥ ରହିଥାଏ । କାରଣ ସୁନ୍ଦର ଦାନ୍ତ ଆପଣଙ୍କ ମୁଖମଣ୍ଡଳର ସୁନ୍ଦରତା ବଢାଇବାରେ ସାହାଜ୍ଯ କରିଥାଏ । ବନ୍ଧୁଗଣ ଯଦି ଆପଣ ଏହି 5 ଟି ଟିପ୍ସକୁ ପ୍ରତିଦିନ ନିୟମିତ ରୂପେ ପାଳନ କରିବେ । ତେବେ ଆପଣଙ୍କର ସୁନ୍ଦରତା ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରାକୃତିକ ଭାବେ ବଜାୟ ରହିଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button