IBN ଓଡ଼ିଶା ବ୍ୟୁରୋ

କେଉଁ ସମୟରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ଅନେକ ଲୋକ ପରିଶ୍ରମ କରି କରି ଯେଉଁ ସ୍ଥାନରେ ପହଞ୍ଚି ପାରନ୍ତି ନାହିଁ । ବା ବହୁତ ସହଜରେ ସଫଳତା ହାସିଲ କରିପାରନ୍ତି ନାହିଁ । ସେହି କାମରେ କିଛି ଜଣ ଏପରି ଲୋକ ଥାଆନ୍ତି । ଯେଉଁମାନେ କି ବିନା ପରିଶ୍ରମରେ ବା କମ ପରିଶ୍ରମ କରି ନିଜର ଲକ୍ଷ ସ୍ତଳରେ ପହଞ୍ଚି ଯାଇଥାନ୍ତି । ତେବେ ଏଠାରେ ଆପଣ କହିପାରିବେ ସେହି ବ୍ୟକ୍ତିର ଭାଗ୍ୟ ହୁଏତ ଭଲ ଥିଲା । ହଁ ଆଜ୍ଞା ଏପରି କିଛି ଲୋକ ରହିଥାନ୍ତି । ଯେଉଁ ମାନେ ଜନ୍ମରୁ ହିଁ ଭାଗ୍ୟଶାଳୀ ହୋଇ ଜନ୍ମ ହୋଇଥାନ୍ତି । ତେବେ ଭାଗ୍ୟଶାଳୀ ଲୋକଙ୍କୁ ଚିହ୍ନିବା ମଧ୍ୟ ବହୁତ ସହଜ ହୋଇଥାଏ । ତେବେ ଆପଣ ବ୍ୟକ୍ତିର ଜନ୍ମ ବାରରୁ କିପରି ବ୍ୟକ୍ତି ଭାଗ୍ୟଶାଳୀ କି ନାହିଁ ତାହା ଏଠାରେ ଜାଣିବାକୁ ପାଇବେ ।

1-ସୋମବାର ବାରରେ ଜନ୍ମିତ ପିଲା ମାନେ ବହୁତ ହିଁ ଭାଗ୍ୟବାନ ହୋଇଥାନ୍ତି । ଏମାନେ ଯେଉଁ ବି କାର୍ଯ୍ୟ କରିବା ପାଇଁ ବାହାରି ଥାନ୍ତି । ସେହି କାର୍ଯ୍ୟକୁ ସେ ବିନା କୌଣସି ବାଧା ବିଘ୍ନରେ ହିଁ କରିଦେଇଥାନ୍ତି । ସୋମବାରରେ ଜନ୍ମ ନେଇଥିବା ପିଲା ମାନେ ଜନ୍ମରୁ ହିଁ ନିଜ ସାଥେ ସୌଭାଗ୍ୟକୁ ନେଇକି ଆସିଥାନ୍ତି ।

2- ଯେଉଁ ମାନଙ୍କର ଜନ୍ମ ସକାଳୁ ଶୀଘ୍ର ହୋଇଥାଏ । ସେମାନେ ବହୁତ ଭାଗ୍ୟଶାଳୀ ବ୍ୟକ୍ତିରେ ଗଣତି ହୋଇଥାନ୍ତି । ବିଶେଷ କରି ଯେଉଁ ମାନଙ୍କର ଜନ୍ମ ସକାଳ ଅର୍ଥାତ ଭୋର 4 ଟା ପାଖାପାଖି ସମୟରେ ହୋଇଥାଏ । ସେମାନେ ବହୁତ ହିଁ ଲକି ହୋଇଥାନ୍ତି । ଏହି ସମୟରେ ଜନ୍ମିତ ପିଲା ମାନଙ୍କର ପ୍ରଖର ବୁଦ୍ଧି ମଧ୍ୟ ଥାଏ । ଏମାନେ ନିଜର ଭାଗ୍ୟବଳରେ ବଡରୁ ବଡ ସଫଳତା ମଧ୍ୟ ଲାଇଫରେ ପାଇପାରିଥାନ୍ତି ।

3- ଜୁନ ଓ ଅଗଷ୍ଟ ମାସରେ ଜନ୍ମ ହୋଇଥିବା ପିଲା ମାନେ ବୁଦ୍ଧିମନ୍ତ ହୋଇବା ସହ ଚଲାକ ମଧ୍ୟ ହୋଇଥାନ୍ତି । ଏମାନେ ଜନ୍ମରୁ ହିଁ ଲକି ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲା ନିଜ କ୍ଯାରିଅର କ୍ଷେତ୍ରରେ ସବୁବେଳେ ଆଗୁଆ ହୋଇ ରହିଥାନ୍ତି । ଏମାନଙ୍କ କଥା କହିବା ଶୈଳୀ ବହୁତ ଲୋକଙ୍କୁ ପସନ୍ଦ ହୋଇଥାଏ ।

4- ମାସର 10 ଓ 25 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ବହୁ ଉଚ୍ଚରେ ରହିଥାନ୍ତି । ଏହି ଲୋକ ମାନେ ପରିଶ୍ରମ ତ କରିଥାନ୍ତି । ହେଲେ ପରିଶ୍ରମ ଠାରୁ ଅଧିକ ଏମାନଙ୍କର ଭାଗ୍ୟ ଏମାନଙ୍କୁ ସାଥ ଦେଇଥାଏ ।ଏହି ସବୁ ଦିନ, ମାସ ଓ ସମୟରେ ଜନ୍ମ ହୋଇଥିବା ପିଲା ନିଜ ଜନ୍ମ ହୋଇବା ସାଥେ ନିଜ ସୌଭାଗ୍ୟକୁ ବି ସାଥିରେ ନେଇକି ଆସିଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button