କେନ୍ଦୁପତ୍ରରୁ ରାଜସ୍ଵ ଆଦାୟ ନୁହେଁ, କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନ: କାର୍ତ୍ତିକ ପାଣ୍ଡିଆନ – Ibnodisha

[ad_1]
କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଐତିହାସିକ ଘୋଷଣା
ପଦମପୁର ଉପ-ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ
କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଡବଲ ବୋନସ
୨୫ ପ୍ରତିଶତରୁ ବୋସନ ୫୦ ପ୍ରତିଶତକୁ ବୃଦ୍ଧି
ବନ୍ଧାଳି ଓ ସିଜନାଲ ଷ୍ଟାଫଙ୍କ ଇନସେନଟିଭ ଦୁଇ ଗୁଣା
ଇନସେନଟିଭ୍ ୫ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି
କେନ୍ଦୁପତ୍ର ସିଜନାଲ ଷ୍ଟାଫଙ୍କ ଦରମା ବୃଦ୍ଧି
କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ ବିବାହ ସହାୟତା ଯୋଜନା ଜାରି ରହିବ
ଭୁବନେଶ୍ୱର, : କେନ୍ଦୁପତ୍ରରୁ ରାଜସ୍ବ ଆଦାୟ ବା ସେଥିରୁ ଲାଭ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ , ବରଂ କେନ୍ଦୁପତ୍ର ତୋଳାଳି ଓ କେନ୍ଦୁପତ୍ରକୁ ଜୀବନ ଜୀବୀକା କରିଥିବା ଲୋକଙ୍କ କଲ୍ୟାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ସମ୍ବଲପୁର ଚାରମାଲରେ କେନ୍ଦୁପତ୍ର ତୋଳାଳି ବନ୍ଧାଳି ଓ କର୍ମଚାରୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିବାପରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ପାଣ୍ଡିଆନ କହିଥିଲେ ଯେ, ପୂର୍ବ ସରକାରମାନେ କେନ୍ଦୁପତ୍ରରୁ ମିଳୁଥିବା ଲାଭକୁ ସରକାରଙ୍କ ରାଜସ୍ଵ ଭାବି ଯୋଜନା କରୁଥିଲେ। ନିର୍ବାଚନ ଆସିଲେ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଖାଲି ପ୍ରତିଶ୍ରୁତି ଦେଉଥିଲେ ସିନା କେବେ କାର୍ୟ୍ୟକାରୀ କରୁନଥିଲେ । ତେବେ ନବୀନ ସରକାର କେନ୍ଦୁପତ୍ରକୁ କେବେ ଲାଭ ବୋଲି ବିଚାର କରିନାହାନ୍ତି । ଉଦାହରଣ ହେଉଛି କେନ୍ଦୁପତ୍ରରୁ ଯେତିକି ଲାଭ ମିଳୁଛି ବା ଆୟ ହେଉଛି ତା ଠୁ କାହିଁ କେତେଗୁଣା ଅଧିକା ଅର୍ଥ କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ଲୋକଙ୍କ କଲ୍ୟାଣ ଲାଗି ବଜେଟରେ ବରାଦ କରାଯାଉଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ରାଜସ୍ଵ ଗରିବ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଅଛି। ସେମାନଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ। ଜଙ୍ଗଲକୁ ଯାଇ ଖଟି, ପରିଶ୍ରମ କରୁଥିବା କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ସମସ୍ତ ଲାଭ। କେନ୍ଦୁପତ୍ର ତୋଳାଳି ୨୦୧୩-୧୪ ଆର୍ଥିକ ବର୍ଷରୁ ବୋସନ ପାଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ କେନ୍ଦୁପତ୍ର ତୋଳାଳିଙ୍କ ଯତ୍ନ ନେଇ ଆସିଛନ୍ତି। ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପୂରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କଥା କମ କାମ ବେଶି କରନ୍ତି। ପଦମପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ୨ଟି କଥା କହିଥିଲେ। ତାହା ଆଜି ପୂରଣ କରିଛନ୍ତି। କେନ୍ଦୁପତ୍ର ଉପରେ ଥିବା ଜିଏସଟିରୁ ରାଜ୍ୟଭାଗ ଉଚ୍ଛେଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦୁପତ୍ର ତୋଳାଳିଙ୍କ ଝିଅଙ୍କ ବିବାହ ଲାଗି ମଧ୍ୟ ସହାୟତା ଯୋଜନା ଜାରି ରଖିବାକୁ ଘୋଷଣା କରିଛନ୍ତି। ଯାହାବି କହିଥିଲେ କରିକି ଦେଖାଇଲେ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମ୍ବଲପୁର ଚାଳମାଳ କାର୍ୟ୍ୟକ୍ରମରେ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କୁ ଦିଆଯାଉଥିବା ସୁବିଧା ନେଇ ଗୋଟି ଗୋଟି କରି ସୂଚନା ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସରକାରଙ୍କ ଘୋଷଣାକୁ ଐତିହାସିକ କହିବା ସହ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରିକି ଦେଖାଇଛନ୍ତି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଦୁଇ ଗୁଣା ବୋନସ। ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ଏଥିପାଇଁ ସରକାର ୯୮ କୋଟି ଖର୍ଚ୍ଚ କରିବେ। ସେହିପରି କେନ୍ଦୁପତ୍ର ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନସେଣ୍ଟିଭ ଦୁଇଗୁଣା ଅର୍ଥାତ ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଥିଲାଗି ସରକାର ୧୧ କୋଟି ଖର୍ଚ୍ଚ କରିବେ। ରାଜ୍ୟରେ ଥିବା ୪୦ ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ ଏଥିରୁ ଉପକୃତ ହେବେ।
ସେହିପରି ଋତୁକାଳୀନ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କର ବହୁଦିନର ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ହେଡ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକରଙ୍କ ଦରମା ୧୭ ହଜାର ୭୪୦ରୁ ୨୧ ହଜାରରୁ ଅଧିକ ଗୋଇଛି। ଡିଏ ୩୦୦ ରୁ ୪୫୦କୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳୀ ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ପାଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନସି-୨ଙ୍କ ଦରମା ୯ ହଜାର ୮୫୦ରୁ ୧୨ ହଜାର ୩୮୫ ଟଙ୍କାକୁ ବୃଦ୍ଧି କରାଯାଇଛି।
ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର। ପଦମପୁର ଉପନିର୍ବାଚନରେ ସରକାର କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତଶ୍ରୁତି ପୂରଣ କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଝିଅଙ୍କ ବିବାହ ଲାଗି ୨୫ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ ୨ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର। ସେହିପରି କେନ୍ଦୁପତ୍ର ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର। ୨୦ ପତ୍ର କେରି ୧ ଟଙ୍କା ୪୦ ପଇସାରୁ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି ହୋଇଛି। ୪୦ ପତ୍ର କେରି ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି ହୋଇଛି। କେନ୍ଦୁପତ୍ର କର୍ମଚାରୀଙ୍କ ସର୍ବାଧିକ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ କଲେଜର ପାଠ ପଢିବା ଲାଗି ଛାତ୍ରବୃଦ୍ଧି ଆବେଦନ ଅବଧି ଆଉ ଗୋଟିଏ ମାସକୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ସିଜନାଲ ଷ୍ଟାଫଙ୍କ ପାଇଁ ଅଧିକ ଶ୍ରମଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୩ ମାସ ପାଇଁ କାମ ଆଉ ଗୋଟିଏ ମାସ ଅଧିକା କାମ ସୁଯୋଗ ବୃଦ୍ଧି ହୋଇଛି। ସେହିପରି ୬ ମାସ କାମ କଲେ ଆଉ ଗୋଟିଏ ମାସ ଅଧିକା ୭ ମାସ କାମ ପାଇବେ। ୮ ମାସ କରିଥିଲେ ଆଉ ଗୋଟିଏ ଅଧିକା ମାସ ମିଶାଇ ୯ ମାସ କାମ ପାଇବେ। ରାଜ୍ୟ ବଜେଟରୁ ସରକାର ଏଥିପାଇଁ ଶହେ କୋଟି ଅଧିକ ଅର୍ଥ ଦେଉଛନ୍ତି। ଯାହାବି ପ୍ୟାକେଜ ଲାଗୁ ହୋଇଛି ୧୦ ଦିନ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।
ଏହାସହ ସମ୍ବଲପୁର ଚାରମାଲ ଗସ୍ତ ଅବସରରେ ଧର୍ମାନୁଷ୍ଠାନ ଏବଂ କମ୍ୟୁନିଟ ସେଣ୍ଟର ଦାବି ନେଇ ଆସନ୍ତା ୧୦ ଦିନରେ ଖୁସି ଖବର ମିଳିବ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ଯୋଜନା। ମାମାନଙ୍କ ସହ ଛାତ୍ରଛାତ୍ରୀ ଏହି ବସରେ ୫ ଟଙ୍କା ଦେଇ ବ୍ଲକ ମୁଖ୍ୟାଳୟ ସହ ନିଜ ଶିକ୍ଷାନୁଷ୍ଠାନକୁ ଯାଇପାରିବେ।
[ad_2]