ରାଜ୍ୟ

ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜନଜାଗରଣ ସଭା – Ibnodisha

[ad_1]

ଯାଜପୁର : ଯାଜପୁରରୋଡ ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁଛକ ଠାରୁ ଏକ ବର୍ଣାଡ଼ ପଟୁଆର ସହର ପରିକ୍ରମା କରି ରେଳ ଷ୍ଟେସନ ସମ୍ମୁଖ ଇନ୍ଦିରା ଗାନ୍ଧୀ ଙ୍କ ପତିମୂର୍ତ୍ତି ନିକଟ ରେ ପରିଷଦ ର ଅଧକ୍ଷ ଡ଼ ରାମଚନ୍ଦ୍ରଖୁଣ୍ଟିଆ ଙ୍କ ସଭାପତିତ୍ୱ ରେ ଏକ ଜନ ଜାଗରଣ ସଭା ଅନୁଷ୍ଠିତ ହୋଇଥିଲା. ସଭାର ପ୍ରାୟରଭ ରେ ସଂଯୋଜକ ପଦ୍ମାକର ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିଲେ. ଏହି ସଭାରେ ଡ଼.ଖୁଣ୍ଟିଆ ଚଳିତ କେନ୍ଦ୍ର ବଜେଟ ରେ ଯାଜପୁରରୋଡ ଧାମରା ରେଳପଥ ପ୍ରକଳ୍ପ ନିମଂତେ କୌଣସି ଅର୍ଥ ମଂଜୁର ନ କରିବା ଏକ ଦୁର୍ଭାଗ୍ୟ ଜନକ ଅଟେ ଏବେବି ସମୟ ଅଛି ଏକ ଜରୁରୀ ବୈଠକ ଦ୍ୱାରା ଅର୍ଥ ମଂଜୁର କରିବା ସହିତ ଦୀର୍ଘ ଦିନ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁରରୋଡ କୁ ରେଳ ଡିଭିଜନକେନ୍ଦ୍ର ଠାରେ ଦାବି କୁ କାହିଁକି କାର୍ଯ୍ୟ କାରି ହୋଇନାହିଁ ଦୃଢ ସମାଲୋଚନା କରିଥିଲେ ଓ ଯାଜପୁର ରୋଡ ଷ୍ଟେସନ ଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣୀ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରେଳବିଭାଗ କୁ ସତର୍କ କରାଇ ଦେଇଥିଲେ. ଏହି ସଭାରେ ପରିଷଦ ର ମୁଖ୍ୟଉପଦେଷ୍ଟା ବିଦ୍ୟାଧର ମହାନ୍ତି ଓ କଂଗ୍ରସ ଜିଲ୍ଲା ସଭାପତି ମନୋଜ କୁମାର ରାଉତ ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ମଲ୍ଲିକ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ହରେକୃଷ୍ଣ ସାହୁ ଦେବପଣ୍ଡା ସୁଧାନିଧି ମହାପାତ୍ର ହୃଦାନନ୍ଦ ସାମଲ ଆଲୋକ କୁମାର ବେହେରା ବସନ୍ତ ପରିଡା ନିର୍ମଳା ମଲିକ ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନପରିଡା. ପ୍ରଫୁଲ୍ଲକୁମାର ରାୟ ଉମାକାନ୍ତ ବେହେରା ପଦ୍ମନାଭ ସ୍ୱାଇଁ ପ୍ରମୁଖ ନିଜ ନିଜର ଅଭି ଭାଷଣ ରେ ବି. ଜେ ପି. ବି. ଜେ. ଡି ସରକାର ଜନବିରୋଧୀ ନୀତି କୁ ସମାଲୋଚନା କରିବା ସହ ଯାଜପୁର ରୋଡ ପ୍ରତି ବୈମାତୃକ ମନଭାବ କୁ ନିନ୍ଦା କରିଥିଲେ.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button