ରାଜ୍ୟ

ହାଇଟେକ୍ ଟ୍ରାଜେଡି: ଦିଲୀପଙ୍କ ଶବ ନେଲେ ପରିବାର ଲୋକେ – Ibnodisha

[ad_1]

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିର DNA ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଗଲେ ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ । ଗାଁକୁ ନେବା ପରେ ଦିଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେପଟେ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପଙ୍କ ମାଆ ଅହଲ୍ୟା ସାମନ୍ତରାୟ ।

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ? ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା । କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରି ଦିଲୀପଙ୍କ ମରଶରୀରକୁ ଏମ୍ସ ହସ୍ପିଟାଲରେ ରଖାଯାଇଥିବାରୁ ସେଠାକୁ ଯାଇଥିଲେ ଦିଲ୍ଲୀପଙ୍କ ମା’।

ହେଲେ ଆଶ୍ଚର୍ଯ୍ୟର ବିଷୟରେ ଯେ ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ୍‌ରେ ବିସ୍ଫୋରଣ ପରେ ଗତ ୩୧ ତାରିଖରେ ଏକ ମୃତଦେହକୁ ଦିଲ୍ଲୀପଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲା। ଉକ୍ତ ମୃତଦେହ ଦିଲ୍ଲୀପଙ୍କର ବୋଲି କୁହାଯାଇଥିଲା। କିନ୍ତୁ ତାହା ଦିଲ୍ଲୀପଙ୍କର ନଥିଲା। ତାଙ୍କର ସେତେବେଳକୁ ମୃତ୍ୟୁ ହୋଇନଥିଲା। ସେ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତା’ପରଦିନ ଅର୍ଥାତ୍ ଗତ ଜାନୁଆରୀ ୧ ତାରିଖରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button