ରାଜ୍ୟ

ଗଞ୍ଜାମ ଖଲ୍ଲିକୋଟରେ ଶିକ୍ଷକ ସ୍କୁଲ ଟଙ୍କା ହଡ଼ପ କରିଥିବା ଅଭିଯୋଗ। ତଦନ୍ତକାରୀ ଟିମର ଅନୁଧ୍ୟାନ ପରେ ସାମ୍ନାକୁ ଆସିଲା ସତ।

ଗଞ୍ଜାମ:IBNଓଡିଶା:-ସ୍କୁଲ ଟଙ୍କା ହଡପ କରିଦେଲେ ସ୍କୁଲର ଶିକ୍ଷକ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଦେବୀଝର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଟଙ୍କା ହଡପ କରିଥିବା ଅଭିଯୋଗ ପରେ ବିଇଓ ଏକ ତଦନ୍ତକାରୀ ଟିମ ଦ୍ୱାରା ତଦନ୍ତ କରିଛନ୍ତି । ଏହା ପରେ ପରେ ଶିକ୍ଷକ ଦୈତାରୀ ବେହେରା ସରକାରୀ ଟଙ୍କା ହଡପ କରିବା ନେଇ ସତ ପଦାକୁ ଆସିଛି । ପିଲାଙ୍କ ପାଇଁ ଓ ସ୍କୁଲର ଉନ୍ନତିକରଣ କାମ ପାଇଁ ଆସିଥିବା ଟଙ୍କାରୁ ପାଖାପାଖି ୮ ଲକ୍ଷ ଟଙ୍କା ମିଛ ବିଲ ଭାଉଚର ଦେଇ ଶିକ୍ଷକ ଦୈତାରୀ ବେହେରା ଉଠାଇଥିବା ଜଣାପଡିଛି ।

ତେବେ ଦୈତାରୀ ବେହେରା ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ସମୟରେ ଏହି ଟଙ୍କାକୁ ହଡପ କରିଥିବା ଅଭିଯୋଗ ହୋଇଛି । ଶିକ୍ଷକ ଦୈତାରୀ ବେହେରା ୧୦ ବର୍ଷ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ସମୟରେ ସମଗ୍ର ଶିକ୍ଷା ଯୋଜନାର ଅର୍ଥ, ପାଠାଗାର ଅନୁଦାନ, ଏସିଏସଟି ଅନୁଦାନ କମ୍ପୋଜିଟ ଅନୁଦାନ,ରାମ୍ସା ଅନୁଦା. ୟୁନିଫର୍ମ ଅନୁଦାନ ସଠିକ ବିନିଯୋଗ କରିନିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଭଳି ଅଭିଯୋଗ ପରେ ଶିକ୍ଷା ବିଭାଗ ତରଫରୁ ତଦନ୍ତ ହୋଇଥିବା ଏଯାବତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନି ।

Related Articles

Leave a Reply

Your email address will not be published. Required fields are marked *

Back to top button