ରାଜ୍ୟ

କଂକ୍ରିଟ ରାସ୍ତା ରେ ପୁଣି ଚାଲିଛି କଂକ୍ରିଟ ରାସ୍ତା ନିର୍ମାଣ  – Ibnodisha

[ad_1]

ଯାଜପୁର :ଡିଏମଏଫ ଫାଣ୍ଟି ରେ ସଦଉପଯୋଗ କରା ନ ଯାଇ ଏହି ଫଣ୍ଟି ଅର୍ଥ କି ହରି ଲୁଟୁ କରାଯାଉି l ଭଲ କଂକ୍ରିଟ ରାସ୍ତା ଉପରେ ପୁଣି କଂକ୍ରିଟ ରାସ୍ତା ନିର୍ମାଣ ଚାଲିଚି। ଏହା ଦେଖିବାକୁ ମିଳିଛି ସୁକିନ୍ଦା ଖଣି ଉପ୍ୟତ୍ୟକl ଖଣି ଅଳରେ l ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନ ଜୀବିକାକୁ ସୁନିଶ୍ଚିତ କରିବା ଲକ୍ଷରେ ଗଠନ ହୋଇଛି ଜିଲ୍ଲା ଖଣିଜ ପାଣ୍ଠି କିନ୍ତୁ ଉକ୍ତ ପାଣ୍ଠିକୁ ଚଞ୍ଚକତା କରି ଏହାର ଦୁରୁପଯୋଗ ହେଉଥିବାରୁ ଏହାର ବାସ୍ତବ ଲକ୍ଷ ଦିଗହରା ହେଉଥିବା ପରିଲ୍ଲିଖିତ ହେଉଛି l ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ର ମୂଳଖମ୍ବ ଙ୍ଗାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି l ଯେଉଁରାସ୍ତା ଟି ପଞ୍ଚାୟତ ସମିତି ସୁକିନ୍ଦା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୁଇଥର କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି l ପ୍ରଥମ କାର୍ଯ୍ୟାଦେଶ ରେ କିଛି ବର୍ଷ ପୂର୍ବେ ଚାରିଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ରାସ୍ତା ନିର୍ମାଣ କରାଯାଇଥିବା ବେଳେ l କରୋନା ମହାମାରୀ ଅର୍ଥାତ 2020 ମସିହା ରେ ପନ୍ଦର ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଡ୍ରେନ ସହ ରାସ୍ତା ନିର୍ମାଣ ହୋଇଥିଲା l ଯେଉଁ ରାସ୍ତାଟି ବର୍ତ୍ତମାନ ମଧ୍ୟ ଭଲ ରହିଥିବା ବେଳେ ଯୋଜନା ଵଧ ଭାବେ ବିଭାଗୀୟ ଜେଇ, ପଞ୍ଚାୟତ କାର୍ୟନିର୍ବାହୀ ଅଧିକାରୀ, ଙ୍କ ସହ ସହ କିଛି ରାଜନୈତିକ ବ୍ୟକ୍ତି କାର୍ଯ୍ୟକାରି ପ୍ଲାନ ରେ ଜିଲ୍ଲା ଖଣିଜ ପାଣ୍ଠି ରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରି କାର୍ଯ୍ୟ ଆରମ୍ଭ କରିଛନ୍ତି l ଯାହା କଂକ୍ରିଟ ଉପରେ କେବଳ କିଛି ବାଲି, ଗୋଡି, ଚିପ୍ସ ଢାଳି ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି l ୟେ ରାସ୍ତା ଦେଇ ବିଗତ ଦିନରେ ଦୁଇଟି ବର୍ତ୍ତମାନ ର ଗୋଟିଏ ରାସ୍ତା ମିସାଇଲେ ତିନୋଟି ରାସ୍ତା ନିର୍ମାଣ ହେଉଛି l କିନ୍ତୁ କାର୍ଯ୍ୟ ସ୍ଥଳ ରେ ସୂଚନା ଫଳକ ଟିଏନଥିବା ବେଳେ କାର୍ଯ୍ୟସ୍ଥଳ କୁ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ପାଦ ପଦୁନଥିବା ଦେଖିବାକୁ ମିଳିଛି l ପଂଚାୟତରେ ପୂର୍ବତନ ସମିତି ସଭ୍ୟା ଙ୍କ ସ୍ୱାମୀ ଶାସକ ଦଳ ସମର୍ଥିତ ସନାତନ ପାତ୍ର ସୁକିନ୍ଦା ରିଜିଅନ କ୍ରମାଇଟ ଖଣି ଖାଦାନ ମଜଦୁର ସଙ୍ଘ ଅଧୀନ ରେ ଏକ ଖଣିରେ ଡ୍ରାଇଭର ଭାବେ କାର୍ଯ୍ୟକରିବା ସହ ଶାସକ ଦଳ ସମର୍ଥିତ ଥିବାରୁ ତାଙ୍କ ବିରୁଦ୍ଧରେ କାର୍ୟନୁଷ୍ଠାନ ପାଇଁ ବ୍ଲକ ପ୍ରଶାସନ ର ଜୁ ପାଉନଥିବା ଅଭିଯୋଗ ହୋଇଛି l ଏପଟେ ଉକ୍ତ ଙ୍ଗା ର ପ୍ରାୟ କାର୍ଯ୍ୟ ବିନା ପଲ୍ଲିସଭା ରେ ହେଉଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ର ଭାଇ ପ୍ରଦୀପ କୁମାର ପାତ୍ର ଯିଏକି ବିଜେଡି ଦଳର ପୂର୍ବତନ ସଭାପତି ହୋଇଥିବାରୁ ଉଭୟ ଙ୍କ ସାଲାସୁତୁରା ରେ ଗ୍ରାମର ସବୁ କାମ କୁ ଠିକାଦାର ଭାବେ କରିବାକୁ ଭୟର ବାତାବରଣ ସୃଷ୍ଟି କରି କାର୍ଯ୍ୟକରୁଥିବାରୁ ସାଧାରଣ ଲୋକେ ବିରୋଧ ମଧ୍ୟ କରିପାରୁନଥିବା ଦେଖିବାକୁ ମିଳିଛି l ଏଭଳି ସ୍ଥଳେ କଂକ୍ରିଟ ଉପରେ କଂକ୍ରିଟ ସରକାରି ଯୋଜନା ପରେ ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ୟୟ ବରାଦ କରିକାର୍ଯ୍ୟ କାରି କରିବା ନିର୍ବାହୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଦିବାଲୋକରେ ସ୍ପଷ୍ଟ ବାରି ହୋଇ ପଡୁଛି l ଏଥିପାଇଁ ସ୍ଥାନୀୟ ବିଡ଼ିଓ, ଜିଲ୍ଳାପାଳ ଅବିଳମ୍ବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଂକ୍ରିଟ ଉପରେ କଂକ୍ରିଟ କରିବାକୁ କିୟେ ଓ କିପରି ଅନୁମତି ଦେଲେ ଓ ବିନା ପଲ୍ଲୀ ସଭା ବିନା ସୂଚନା ଫଳକରେ କିଭଳି କାହା ଚାପରେ କାର୍ଯ୍ୟ ଆରମ୍ଭ କରାଗଲା ସେଉପରେ ଅବିଳମ୍ବେ ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସି ଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବାକୁ ଚେତାବନି ଦିଆଯାଇଛି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button