ରାଜ୍ୟ

ଚନ୍ଦ୍ରଯାନ-୩: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁବନେଶ୍ବର: ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହିତ ଅବତରଣ କରି ଚନ୍ଦ୍ରଯାନ-୩ ଇତିହାସ ରଚିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ବୁଧବାର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବିଜ୍ଞାନ ପାଇଁ ଏହି ସମୟ ଉଲ୍ଲେଖନୀୟ ହେବ ବୋଲି କହିଛନ୍ତି। ଏହି ଅବସରରେ ମୁଁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ପୁରୀ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଇସ୍ରୋ ବୈଜ୍ଞାନିକମାନଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହାସହ ଭାରତ ସରକାରଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଚନ୍ଦ୍ରଯାନ-୩ର ସଫଳତା କାମନା କରିଛନ୍ତି।

ଚନ୍ଦ୍ରଯାନ-୩ ମିସନ ସଫଳତା ପାଇଁ ୧୪୦ କୋଟି ଭାରତୀୟ ଶୁଭେଚ୍ଛା ଜଣାଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ମିସନ ପାଇଁ ଯୁବପିଢ଼ି ପୂଜାର୍ଚ୍ଚନା କରୁଛନ୍ତି। ଓଡ଼ିଶାରେ ମଧ୍ୟ ଚନ୍ଦ୍ରଯାନ-୩ ମିସନ ନେଇ ଲୋକେ ଉତ୍ସାହିତ ଦେଖାଯାଉଛନ୍ତି। ଭାରତୀୟ ସମୟ ଅନୁସାରେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା ୪୫ରୁ ୬ଟା ୪ ମଧ୍ୟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବା ବେଳେ ଓଡ଼ିଶା ସମେତ ପୂରା ଦେଶର କିଛିସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button