ରାଜ୍ୟ

୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ୬୯ ବର୍ଷୀୟ ବୃଦ୍ଧଙ୍କୁ ୨୦ ବର୍ଷ ଜେଲ୍ – Ibnodisha

[ad_1]

ଜଗତସିଂହପୁର: ଦୁଇ ଜଣ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୬୯ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କୁ ଶନିବାର ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହିତ ୪୫ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ୱତନ୍ତ୍ର ପୋକ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଗତସିଂହପୁର ଅଭୟଚନ୍ଦପୁର ଥାନା ଡାଳିମ୍ଭପୁର ପଞ୍ଚାୟତ ଅଞ୍ଚଳର କାଙ୍ଗାଳୀ ବେହେରା ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୯ ତାରିଖ ଦିନ ଏକ ଠାକୁରାଣୀ ମନ୍ଦିରରେ ବସିଥିଲେ । ମନ୍ଦିର ପାଖରେ ୭ ବର୍ଷୀୟା ୨ ଜଣ ନାବାଳିକା ଖେଳୁଥିବାର ଦେଖି ବୃଦ୍ଧ ଜଣଙ୍କ ନିକଟରେ ଥିବା ଏକ ରେଡ଼କ୍ରସ ଭବନକୁ ୨ ନାବାଳିକାଙ୍କୁ ଉଠାଇ ନେଇଥିଲା । ସେଠାରେ ୨ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ନାବାଳିକା ୨ ଜଣ ଚିତ୍କାର କରି କାନ୍ଦିଥିଲେ । ସେଠାରେ ଲୋକେ ରୁଣ୍ଡ ହୋଇଯିବା ଭୟରେ ଅଭିଯୁକ୍ତ ବୃଦ୍ଧ ଜଣକ ସେଠାରୁ ଚମ୍ପଟ ମାରିଥିଲେ । ପରେ ନାବାଳିକା ୨ ଜଣ ଯାଇ ତାଙ୍କ ପରିବାର ଲୋକଙ୍କ ଆଗରେ ସବୁକଥା କହିଥିଲେ । ଏନେଇ ୨ ନାବାଳିକାଙ୍କ ପରିବାର ଲୋକେ ଅଭୟଚନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।ସେପଟେ ଅଭିଯୋଗ ପାଇବା ପରେ ଅଭୟଚନ୍ଦପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାସହ ଉକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ୧୮ ଜଣ ସାକ୍ଷୀଙ୍କ ବୟାନ ପରେ ଜଗତସିଂହପୁର ପୋକ୍ସ କୋର୍ଟ ଅଭିଯୁକ୍ତ ବୃଦ୍ଧଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button