ଦେଶ

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ରଶ୍ମୀକା ମନ୍ଦନା – Ibnodisha

[ad_1]

ମୁମ୍ବାଇ :ଅଳ୍ପକେ ବର୍ତ୍ତିଲେ ‘ଆନିମଲ’ ଅଭିନେତ୍ରୀ ତଥା ‘ପୁଷ୍ପା’ ଫେମ୍‌ ରଶ୍ମୀକା ମନ୍ଦନା। ଟେକ୍‌ନିକାଲ ତ୍ରୁଟି ଯୋଗୁ ତାଙ୍କ ବିମାନକୁ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଛି। ଏନେଇ ସେ ଖୋଦ୍‌ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ନିକଟରେ ରଶ୍ମୀକା ମନ୍ଦନା ଏୟାର ବିସ୍ତାରା ବିମାନ ଯୋଗେ ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲେ। ତେବେ ଟେକ୍‌ ଅଫ୍‌ କରିବାର ୩୦ ମିନିଟ୍‌ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଥିଲା। ଏହାପରେ ପାଇଲଟ ତୁରନ୍ତ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଇଥିଲେ। ଏହାକୁ ନେଇ ଭୟଭୀତ ହୋଇପଡିଥିଲେ ରଶ୍ମୀକା। ଏହି ଫ୍ଲାଇଟ୍‌ରେ ତାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା ଦାସ ମଧ୍ୟ ଥିଲେ। ସେ ଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ଏକ ସେଲ୍ଫି ପୋଷ୍ଟ କରିଛନ୍ତି। ଏହାର କ୍ୟାପସନରେ ଲେଖିଛନ୍ତି, ‘କେବଳ ଆପଣଙ୍କ ସୂଚନା ପାଇଁ, ଆଜି ମୁଁ ମୃତ୍ୟୁ ମୁଖରୁ ବର୍ତ୍ତିଛି…।’ ରଶ୍ମୀକା ମନ୍ଦନା ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨ ଦ ରୁଲ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଲ୍ଲୁ ଅର୍ଜୁନଙ୍କ ଅପୋଜିଟ୍‌ରେ ନଜର ଆସିବେ। ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ୨୦୨୧ରେ ରିଲିଜ ହୋଇଥିଲା। ସେତେବେଳେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ବ୍ଲକବଷ୍ଟର ହିଟ୍‌ ହୋଇଥିଲା ଏହି ଫିଲ୍ମ।

The post ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଛନ୍ତି ରଶ୍ମୀକା ମନ୍ଦନା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button