ଦେଶ

ଜ୍ଞାନବାପୀରେ ପୂଜାର୍ଚ୍ଚନା କଲେ ଯୋଗୀ ଆଦିତ୍ୟନାଥ – Ibnodisha

[ad_1]

ବାରାଣସୀ : ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବାପୀ ମସ୍‌ଜିଦ୍‌ ପରିସର ପରିଦର୍ଶନ କରି ‘ବ୍ୟାସ୍‌ କା ତହଖାନା’ରେ ପୂଜାର୍ଚ୍ଚନା କରିଛନ୍ତି। ସିଲ୍‌ ହୋଇଥିବା ଜ୍ଞାନବାପୀ ମସ୍‌ଜିଦ୍‌ ଅଭ୍ୟନ୍ତରରେ ପୂଜା କରିବା ଲାଗି ବାରାଣସୀର ଏକ ଅଦାଲତ ହିନ୍ଦୁ ଭକ୍ତମାନଙ୍କୁ ଅନୁମତି ଦେବାର ଅଳ୍ପ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୂଜାର୍ଚ୍ଚନା କରିବା ଲାଗି ସେଠାକୁ ଯାଇଥିଲେ। ସନ୍ଧ୍ୟା ବେଳେ ମୁଖ୍ୟମନ୍ତ୍ରୀ କାଶୀ ବିଶ୍ବନାଥ ମନ୍ଦିରରେ ପୂଜା କରିଥିଲେ। ସଂଗୃହୀତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ବ୍ୟାସ ତହଖାନା’ରେ ସ୍ଥାପନ କରାଯାଇଥିବା ଭାସ୍କର୍ଯ୍ୟ ସବୁ ଦେଖିବା ସହିତ ନନ୍ଦୀଙ୍କୁ ପୂଜା କରିଥିଲେ।ଗସ୍ତ ସମୟରେ ଯୋଗୀ ଆଦିତ୍ୟନାଥ ସିଗ୍‌ରା ଷ୍ଟାଡିୟମ୍‌‌ ନାମରେ ସୁପରିଚିତ ‘ଡକ୍ଟର୍‌ ସମ୍ପୂର୍ଣ୍ଣାନନ୍ଦ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌’କୁ ଯିବା ସହିତ କାଶୀ ରୋପ୍‌ୱେ ଦେଖିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button