IBN ଓଡ଼ିଶା ବ୍ୟୁରୋ

Astrology- ବାଛନ୍ତୁ ନିଜ ଜନ୍ମବାର ଓ ଜାଣନ୍ତୁ ନିଜର ଭବିଷ୍ୟତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜର ସ୍ଵଭାବ ଓ ଆଗାମୀ ସମୟର ସୂଚନା ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ରହିଥାଏ । କାରଣ ସେଥି ପ୍ରତି ଆମର ଜ୍ଞାନ ରହିବା ଦ୍ଵାରା ଆମେ ନିଜର ଗୁଣ ଓ ସ୍ଵଭାବ ଜାଣି କରି ସେଥି ମଧ୍ୟରୁ ଭଲ ଗୁଣକୁ ରଖୀ ଖରାପ ଗୁଣକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥାଉ । ଆପଣ ନିଜ ଜନ୍ମ ବାର ଦ୍ଵାରା ନିଜ ବ୍ୟକ୍ତିତ୍ବ ଜାଣିପାରିବେ । ଯଦି ଆପଣଙ୍କୁ ନିଜର ଜନ୍ମ ବାର ଜଣାନାହିଁ ।

ତେବେ ଆପଣ ସପ୍ତାହକ ସାତ ବାର ମଧ୍ୟରୁ କୌଣସି ବାର ମଧ୍ୟ ନିଜ ପାଇଁ ବାଛି ପାରିବେ । ରବିବାର ;-  ରବିବାର ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ଚତୁର, ବୁଦ୍ଧିମାନ, ଧାର୍ମିକ ଓ ପରଉପକରୀ ହୋଇଥାନ୍ତି । ଏମାନେ କୌଣସି କଥା ପାଇଁ ଭାଙ୍ଗି ପଡିବେ କିନ୍ତୁ କାହା ପାଖରେ ମୁଣ୍ଡ ନୂଆଁଇବେ ନାହିଁ । ଯେଉଁ କାର୍ଯ୍ୟ କରିବା ପାଇଁ ଇଛା ପ୍ରକାଶ କରିବେ । ସେହି କାର୍ଯ୍ୟ ସାରିବା ପର୍ଯ୍ୟନ୍ତ ସେଥିରେ ଲାଗିଥିବେ ।

ସୋମବାର ;- ବୁଦ୍ଧି ବିଦ୍ୟାରେ ଓ କଳା ସାହିତ୍ୟରେ ଅଧିକ ରୁଚି ରଖିଥାନ୍ତି । ବହୁ ମୁଖ୍ୟ ପ୍ରତିଭା ଏମାନଙ୍କ ପାଖରେ ରହିଥାଏ । ଏହି ବାରରେ ଜନ୍ମ ହୋଇଥିବା ଲୋକ କାହାର ମଧ୍ୟ ଅନିଷ୍ଟ ଚିନ୍ତା କରନ୍ତି ନାହିଁ ।ଏମାନଙ୍କ ଭବିଷ୍ୟତରେ ଅଧିକ ଖର୍ଚାନ୍ତ ହେବାର ସମ୍ଭାବନା ରହୁଥିଲେ ମଧ୍ୟ ଏମାନେ ବିଚଳିତ ହୋଇବେ ନାହିଁ ।

ମଙ୍ଗଳ ବାର ;- ଏହି ବାରରେ ଜନ୍ମ ଲୋକଙ୍କର ଅସ୍ଥିର ମନ ଯୋଗୁ ସବୁ କାର୍ଯ୍ୟରେ ସଠିକ ଭାବେ ତୁଲାଇବାରେ ବିଳମ୍ବ ହୋଇଥାଏ ସତ କିନ୍ତୁ କାର୍ଯ୍ୟକୁ ନିହାତି ଭାବେ ତୁଲାଇ ଥାନ୍ତି । ଏହି ଗୁଣବାନ ହୋଇଥିବା କାରଣରୁ ବହୁତ ଲୋକଙ୍କର ପ୍ରିୟର ପାତ୍ର ହୋଇପାରିଥାନ୍ତି । ବୁଧବାର ;-  ଏହି ଲୋକଙ୍କର ମସ୍ତିସ୍କ କମ୍ପୁଟର ଭଳି କାର୍ଯ୍ୟ କରିଥାଏ । ଦାନ ଧର୍ମ କରିବା ପାଇଁ ଆଗହ ରଖିଥାନ୍ତି । ଭବିଷ୍ୟତରେ ଧନବାନ ଯୋଗ ଏହି ବାରରେ ଲୋକଙ୍କର ସମ୍ଭାବନା ରହିଥାଏ ।

ଗୁରୁବାର ;-  ଏହି ବାରରେ ଜନ୍ମିତ ପୁରୁଷ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହୋଇପାରନ୍ତି । ଏହି ବାରରେ ଜନ୍ମିତ ମହିଳା ମାନେ କାର୍ଯ୍ୟ ତତ୍ପର ହେବା ସହିତ ଆଗାମୀ ସମୟରେ ସୁଖୀ ଜୀବନ ଅତିବାହିତ କରିବାର ଯୋଗ ବନୁଅଛି । ଶୁକ୍ରବାର ;- ଏହି ବାରରେ ଜନ୍ମିତ ଲୋକ ମାନେ ବହୁ କାର୍ଯ୍ୟରେ ନିପୁଣତାର ଦକ୍ଷତା ଅର୍ଜନ କରିଥାନ୍ତି ।

ଯେତେ ମଧ୍ୟ ଟଙ୍କା ଖର୍ଚ ହୋଇ କାର୍ଯ୍ୟ ହେଲେ ମଧ୍ୟ ଏମାନେ ବ୍ୟସ୍ତ ନହୋଇ କାର୍ଯ୍ୟକୁ ସୂଚାରୁ ରୂପରେ କରିବା ପାଇଁ ଇଛା କରିଥାନ୍ତି । ଏହି ବାରରେ ଜନ୍ମିତ ନାରୀ ମଧ୍ୟ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ଅଟନ୍ତି । ଶନିବାର ;-  ଏହି ଲୋକମାନେ ଅସ୍ଥିର ହୋଇବା ସହ କର୍ମଠ ମଧ୍ୟ ହୋଇଥାନ୍ତି । ଏମାନେ ଜିଦିଆ ସ୍ଵଭାବର ହୋଇଥିବାରୁ ନିଜର ନିସ୍ପତି ନିଜେ ନେବା ପାଇଁ ପସନ୍ଦ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button