IBN ଓଡ଼ିଶା ବ୍ୟୁରୋ

ଭୟଙ୍କରରୁ ଭୟଙ୍କର କାଶକୁ ଭଲ କରିବାର ରାମବାଣ ଉପାୟ

ବନ୍ଧୁଗଣ କାଶର ସମସ୍ଯା ଆଜିକାଲିର ଏକ ସାଧାରଣ ସମସ୍ଯା ହୋଇଗଲାଣି । ଅନେକ ସମୟରେ ବ୍ୟକ୍ତିର ଯେତେବେଳେ ଥରେ କାଶ ଆରମ୍ଭ ହୋଇଥାଏ । ସେତେବେଳେ ସେ କାଶୀ କାଶୀ ସଂପୂର୍ଣ୍ଣ ନୟାନ୍ତ ହୋଇଯାଇଥାନ୍ତି । ଏଥିସହ କାଶି କାଶି ଗଲା ପୁରା ଛିଡିଯାଇଥାଏ । ବିଶେଷ କରି କାଶ ହେଉଥିଲେ ରାତିରେ ଶୋଇବା ପୁରା ମୁସ୍କିଲ ହୋଇଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ।

ଯାହାକୁ ବ୍ୟବହାର କରି ଆପଣ ନିଜର କାଶକୁ ସଂପୂର୍ଣ୍ଣ ଭାବରେ ଭଲ କରିପାରିବେ । ତେବେ ଏହି ଉପଚାର ପାଇଁ ଆପଣ ଏକ ପତ୍ର ଗ୍ଯାସରେ ବସାଇ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ । ସେଥିରେ 4 ରୁ 5 ଟି ଲବଙ୍ଗ ମିଶାନ୍ତୁ । ତାପରେ କିଛି ସମୟ ପର୍ଯ୍ୟନ୍ତ ଏହାକୁ ଫୁଟାଇ ତାପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ । କିଛି ସମୟ ସେହି ପାଣିକୁ ସାମାନ୍ୟ ଗରମ ରହିବା ପାଇଁ ଛାଡି ଦିଅନ୍ତୁ । ତାପରେ ପାଣି ସାମାନ୍ୟ ଉଷୁମ ଥିବା ସମୟରେ ଏକ ଚାମଚ ମହୁକୁ ଆଡ୍ କରନ୍ତୁ ।

ତାପରେ ଆପଣଙ୍କର ଜବରଦସ୍ତ ରେମିଡି ବନିକି ପ୍ରସ୍ତୁତ ହୋଇଯିବ । ଆପଣଙ୍କୁ ଦିନକୁ ଏହାକୁ ଅତି କମରେ 2 ଥର ନିହାତି ଭାବେ ଏଭଳି ଭାବେ ପ୍ରସ୍ତୁତ କରି ସେବନ କରିବାକୁ ପଡିବ । ଛୋଟ ପିଲା ହୋଇଥିଲେ ଥରେ ପ୍ରସ୍ତୁତ କରି ଦେଇ ତାହାକୁ ଅଳ୍ପ ଅଳ୍ପ ଉଷୁମ ଉଷୁମ କରି ଦିନରେ 3 ରୁ 4 ଥର କରି ପିଆଇ ଦିଅନ୍ତୁ । ବଡ ଲୋକମାନେ ଅଧ ଅଧ କପ କରି ଦିନକୁ 3 ରୁ 4 ଥର କରି ତାହାର ସେବନ କରନ୍ତୁ ।

ପ୍ରଥମ ଦିନରୁ ଏହାର ସେବନ ଦ୍ଵାରା ଆପଣଙ୍କୁ ବହୁତ ଫରକ ଅନୁଭୂତ ହୋଇବ । ତାପରେ ଧୀରେ ଧୀରେ କରି ଆପଣଙ୍କ କାଶ ସଂପୂର୍ଣ୍ଣ ଭଲ ହୋଇଯିବ । ଏହା ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଏଥିରୁ ଆପଣଙ୍କୁ ମଧ୍ୟ କୌଣସି ପ୍ରକାର କ୍ଷତି ପହଞ୍ଚିବ ନାହିଁ ।

ତେଣୁ ଯେତେବେଳେ ମଧ୍ୟ ଆପଣ ଥଣ୍ଡା, କାଶ ଭଳି ସମସ୍ଯାରେ ପୀଡିତ ରହୁଛନ୍ତି । ସେତେବେଳେ ଏହି କଢା ପ୍ରସ୍ତୁତ କରି ନିହାତି ତାହାର ସେବନ କରନ୍ତୁ । ଏହା ଆପଣଙ୍କ କାଶକୁ ଭଲ କରିବା ପାଇଁ ରାମବାଣ ଭଳି କାମ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button