କାଲିଫର୍ଣ୍ଣିଆରେ ଭାରତୀୟ ପରିବାରର ୪ ଜଣଙ୍କ ସନ୍ଦେହଜନକ ମୃତ୍ୟୁ – Ibnodisha

[ad_1]
ୱାଶିଂଟନ୍: କେତେବେଳେ ଆକ୍ରମଣ ତ କେତେବେଳେ ହତ୍ୟା । ଆମେରିକାରେ ଗୋଟିଏ ପରେ ଗୋଟିଏ ଭାରତୀୟଙ୍କ ମୁଣ୍ଡ ଗଡିବାରେ ଲାଗିଛି । ଏହାରି ଭିତରେ କାଲିଫର୍ଣ୍ଣିଆରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ୱାମୀ, ସ୍ତ୍ରୀଙ୍କ ସହିତ ଦୁଇ ଛୁଆଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ୪୨ ବର୍ଷୀୟ ଆନନ୍ଦ ସୁଜିତ ହେନରୀ, ତାଙ୍କ ୪୦ ବର୍ଷୀୟା ସ୍ତ୍ରୀ ଏଲିସ୍ ପ୍ରିୟଙ୍କା ଏବଂ ୪ ବର୍ଷୀୟ ଯାଞ୍ଚାଳା ଛୁଆ ନୁହ ଓ ନିଥନ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସମସ୍ତ ମୃତକ କେରଳର ବୋଲି ଜଣାପଡିଛି ।
ହତ୍ୟା ଏବଂ ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସାନ ମେଟା ପୋଲିସର ସୂଚନା ଅନୁସାରେ, ବାଥରୁମରେ ଗୁଳି ବିନିମୟ ଯୋଗୁଁ ସ୍ୱାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ୯ମିମି ପିସ୍ତଲ ଏବଂ ଗୋଟିଏ ମାଗାଜିନ ମିଳିଛି । ତେବେ ଏୟାର କଣ୍ଡିସନ କିମ୍ବା ହିଟରରୁ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ୍ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଆଶଙ୍କା ପ୍ରକାଶ କରାଯାଇଥିଲା । କିନ୍ତୁ ଘରୁ ସେଭଳି କୌଣସି ବୈଦ୍ୟୁତିକ ଉପକରଣ ପାଇନଥିଲା ପୋଲିସ । ତେବେ ଛୁଆମାନଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଉଭୟ ଆନନ୍ଦ ଏବଂ ଏଲିସ ଆମେରିକାରେ ରହି ଆଇଟି ସେକ୍ଟରରେ ଚାକିରି କରୁଥିଲେ । ଗତ ୯ ବର୍ଷ ଧରି ସେମାନେ ଆମେରିକାରେ ରହୁଥିଲେ । ଆନନ୍ଦ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ଏଲିସ ଜଣେ ବରିଷ୍ଠ ଆନାଲିଷ୍ଟ । ୨୦୨୦ ମସିହାରେ ଏହି ଦମ୍ପତି ୧୭.୪୨ କୋଟି ଟଙ୍କାର ଏକ ବଙ୍ଗଳା ମଧ୍ୟ କିଣିଥିଲେ ।
[ad_2]