ରାତି ସମୟରେ ଶୋଇବା ବେଳେ ଏଭଳି ଭୁଲ କରୁଛନ୍ତି କି ! ଭୟଙ୍କର ପରିଣାମ ବ୍ୟକ୍ତିକୁ ଭୋଗିବାକୁ ପଡିଥାଏ
ମନୁଷ୍ୟ ନିଜ ଜୀବନରେ ଏମିତି କିଛି କାମ କରି ବସିଥାଏ । ଯେଉଁ କାରଣରୁ ଆଗକୁ ଯାଇ ସେହି ବ୍ୟକ୍ତିକୁ ଅନେକ କିଛି ବିପଦର ସାମ୍ନା କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାଇ ସମସ୍ତ କାର୍ଯ୍ୟକୁ କରିବାର ସଠିକ ଉପାୟମାନ ମଧ୍ୟ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରାତ୍ରୀ ସମୟରେ ବ୍ୟକ୍ତି ନିଜ ଶୋଇବା ପୂର୍ବରୁ ଏଭଳି କିଛି ଯେପରି ନକରୁ । ଯଦି ରାତିରେ ଶୋଇବା ସମୟରେ ଏହି ସବୁ କାମ କରିଥାନ୍ତି । ତେବେ ସେହି ବ୍ୟକ୍ତିର ଧନହାନୀ ହୋଇଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତିକୁ ଦରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ ।
1- ଶୋଇବା ସମୟରେ କେବେବି ମୁଣ୍ଡ ପାଖରେ ପର୍ସ ରଖିକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଘରର ଖର୍ଚ ବୃଦ୍ଧି ପାଇଥାଏ । ସେହି ବ୍ୟକ୍ତିର ଆର୍ଥିକ ସ୍ଥିତି ମଧ୍ୟ ସବୁବେଳେ ଖରାପ ରହିଥାଏ । ତେଣୁ ଶୋଇବା ସମୟରେ ମୁଣ୍ଡ ପାଖରେ ଟଙ୍କା କି ପର୍ସ ଆଦି ଜିନିଷ ରଖନ୍ତୁ ନାହିଁ ।
2- ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଘଡି ରଖି ଶୁଅନ୍ତୁ ନାହିଁ । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ଅଟେ । ଏହା ଦ୍ଵାରା ଘରକୁ ନକରାତ୍ମକ ଶକ୍ତିର ଊର୍ଜା ପ୍ରବେଶ କରିଥାଏ ।
3- କୌଣସି ବ୍ୟକ୍ତି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଜୋତା କି ଚପଲ ରଖିକି ଶୋଇବା ଉଚିତ ନୁହେଁ। ଏହା ବହୁତ ବଡ ଭୁର ହୋଇଥାଏ । ଏପରି କରୁଥିବା ବ୍ୟକ୍ତିର ଘରୁ ମା’ ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ଏଥିସହ ଘରେ ବିଭିନ୍ନ ପ୍ରକାର ସମସ୍ଯା ସବୁ ଆସିଯାଇଥାଏ । ତେଣୁ ଭୁଲରେ ବି ନିଜ ମୁଣ୍ଡ ପାଖ ଏରିଆରେ ଚପଲ କି ଜୋତା ଥୋଇ ଶୂଅନ୍ତୁ ନାହିଁ ।
4- ବ୍ୟକ୍ତି ଶୋଇବା ସମୟରେ ସୁନା କି ଚାନ୍ଦିର ଜିନିଷକୁ ନିଜ ମୁଣ୍ଡ ପାଖରେ ଥୋଇକି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଭାଗ୍ୟ ବଦଳରେ ସେହି ବ୍ୟକ୍ତିର ଜୀବନ ଦୁର୍ଭାଗ୍ୟ ପରିସ୍ଥିତି ଆସିଯାଇଥାଏ ।
5- ଶୋଇବା ସମୟରେ ବ୍ୟକ୍ତି ମୁଣ୍ଡ ପାଖରେ ଧାତୁରେ ତିଆରି କୌଣସି ଚାବି ମୁଣ୍ଡ ପାଖରେ ଥୋଇ ଶୋଇବା ଉଚିତ ନୁହେଁ ।ତେବେ ରାତିରେ ଶୋଇବା ସମୟରେ କୌଣସି ବି ବ୍ୟକ୍ତି ନିଜ ମୁଣ୍ଡ ପାଖରେ ଏହି ସବୁ ଜିନିଷ ରଖି ଶୋଇବା ବାସ୍ତୁ ଶାସ୍ତ୍ର ଅନୁଯାଇ ଅଶୁଭ ଅଟେ ।