ସାବଧାନ! ଟି-ବ୍ୟାଗ ଚା ପିଉଛନ୍ତି ତ ହୋଇଯାନ୍ତୁ ସତର୍କ- ଜୀବନ ପ୍ରତି ବଢିପାରେ ସଙ୍କଟ
ବହୁତ ଲୋକ ଦୂର ଦୂର ବାଟ ରୁ ଚା’ପତି ମଗାନ୍ତି । ଏହି ଚା ବିଷୟ ରେ ସବୁବେଳେ ରିସର୍ଚ ଚାଲି ଥାଏ, ଏହି ଥର ଟି-ବ୍ୟାଗ ଚା ବିଷୟ ରେ କିଛି ଅଲଗା ଜଣା ପଡିଛି ଆସନ୍ତୁ ଜାଣିବା କଣ ?
ଗୋଟେ ରିସର୍ଚ ଅନୁଯାଇ ଟି ବ୍ୟାଗ ଚା ମଣିଷ ଶରୀର ପାଇଁ ବହୁତ ହାନିକାରକ ବୋଲି ଜଣାପଡିଛି । ପ୍ଲାସ୍ଟିକ ଟି-ବ୍ୟାଗ ଚା ପ୍ରୋସେସ୍ଡ ହୋଇଥାଏ ଏବଂ ଆମେ ସମସ୍ତେ ଜାଣିଆଛୁ କି ପ୍ରୋସେସ୍ଡ ଫୁଡ ଦେହ ପାଇଁ ଅତ୍ୟନ୍ତ ହାନିକାରକ ଅଟେ । ଟି- ବ୍ୟାଗ ଚା ଶରୀର ରେ କେତୋଟି ପ୍ଲାସ୍ଟିକ କଣକୁ ନେଇଯାଉଛି ଯାହା ଆମ ଶରୀର ରେ ଟକ୍ସିନ କୁ ବଢଉଛି ଯାହାକି ଶରୀର ପାଇଁ ଅତ୍ୟନ୍ତ ଖରାପ ଅଟେ ।
ଏନଭରମେନଟାଲ ସାଇନ୍ସ ଆଣ୍ଡ ଟେକ୍ନୋଲଜୀ ପତ୍ରିକା ରେ ଏକ ଅଧ୍ୟୟନ ରେ ଲେଖା ହୋଇଛି କି ଟି- ବ୍ୟାଗ ଦେହ ପାଇଁ ଖରାପ ଅଟେ । ସୂଚନା ଅନୁଯାଇ ଟି- ବ୍ୟାଗ ରେ ଥିବା ପ୍ଲାଷ୍ଟିକ ର ସୂକ୍ଷ୍ମ କଣ ଶରୀର ରେ ଯାଇ ଆମ ଶରୀର କୁ ପ୍ରଦୂଷିତ କରି ଥାଏ ।
କନାଡା ର ମୈକଗିଲ ଯୂନିୱର୍ସିଟି- ସୋଧକରତା ପରିବେଶ, ପାଣି, ଏବଂ ଖାଦ୍ଯ ଶ୍ରୁଙ୍ଖଳା ରେ ଥିବା ଅତି ସୂକ୍ଷ୍ମ କଣ ବିଷୟ ରେ ରିସର୍ଚ କରୁଛନ୍ତି କିନ୍ତୁ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ କି ଏହା ମନୁଷ୍ୟ ଶରୀର ପାଇଁ ହାନିକାରକ ଅଟେ କି ନାହିଁ ।
ପ୍ଲାସ୍ଟିକ ଟି- ବ୍ୟାଗ ଚା ହାନିକାରକ ଅଟେ କି ନାହିଁ ଏହା ସ୍ପଷ୍ଟି କରଣ ପାଇଁ ଗବେଷକମାନେ ଚାରି ପ୍ରକାର ଟି- ବ୍ୟାଗ କିଣିଲେ ଏବଂ ଟି- ବ୍ୟାଗ ରୁ ଚାପତି ବାହାର କରି ଫୁଟେଇଲେ କିଛି ସମୟ ପରେ ଦେଖିବାକୁ ପାଇଲେ ଯେ 11.6 ଅରବ ମାଇକ୍ରୋପ୍ଲାସ୍ଟିକ ଓ 3.1 ଅରବ ନୈନୋପ୍ଲାସ୍ଟିକ କଣ ସେଥିରୁ ବାହାରୁଅଛି । ଏହି ରିସର୍ଚ ଅନୁଯାଇ ଟି- ବ୍ୟାଗ ରେ ପ୍ଲାଷ୍ଟିକ ସୂକ୍ଷ୍ମ କଣ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ।