ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ – Ibnodisha

[ad_1]

ଜୟପୁର : ମୁହାଁମୁହଁ ଧକ୍କା ହେଲା କାର ଏବଂ ଟ୍ରକ । ରାଜସ୍ଥାନର ବିକାନେର ଜିଲ୍ଲାର ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ଓ୍ବେରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟାଭେରା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁନା ହୋଇଯାଇଛି । ଏହି ଦୁର୍ଘଟଣାରେ ଟାଭେରାରେ ଯାତ୍ରା କରୁଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକମାନେ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷଙ୍କ ସମେତ ଜଣେ ଛୁଆ ଥିଲା । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁଇ ଯାନ ଦ୍ରୁତ ଗତିରେ ଯାଉଥିବାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଟାଭେରା ଟ୍ରକ ତଳେ ଚାପି ହୋଇଯାଇଥିଲା ।” ଦୁର୍ଘଟଣାଗସ୍ତ ହୋଇଥିବା ଟାଭେରା ଗାଡି ଗୁଜୁରାଟର ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ସୂଚନା ଅନୁସାରେ, ଟାଭେରାରେ ଗୋଟିଏ ପରିବାରର ୫ଜଣ ଗୁଜୁରାଟରୁ ରାଜସ୍ଥାନ ଆସୁଥିଲେ । ହେଲେ ଭୟଙ୍କର ଦୁର୍ଘଟଣାରେ ପୁରା ପରିବାର ଶେଷ ହୋଇଯାଇଛି । ଏହି ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଏବଂ ଟାଭେରାକୁ ଅଲଗା କରିବା ସହିତ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button