ରାଜ୍ୟ

ନଦୀରେ ବୁଡି ୨ ନାବାଳିକାଙ୍କ ଚାଲିଗଲା ଜୀବନ – Ibnodisha

[ad_1]

young man dead, forest depat worker attacked thinking that he is a hunter

ଚିତ୍ରକୋଣ୍ଡା : ନଦୀରେ ବୁଡି ୨ ନାବାଳିକା ମୃତ । ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ କୋରକୁଣ୍ଡା ବ୍ଲକ ନାକମାମୁଡି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ସାବିତ୍ରୀ ମୁଦୁଲି ଓ ଧୋବିଲି କଡିଙ୍ଗିୟା । ସୂଚନା ଅନୁଯାୟୀ,ଗତକାଲି ଅପରାହ୍ଣ ତିନିଟା ବେଳେ କେନ୍ଦୁଗୁଡା ଗ୍ରାମ ଜଲଭଣ୍ଡାର ନିକଟରେ ଖେଳୁଥିବା ସମୟରେ ଗୋଡ଼ ଖସିଯିବାରୁ ଦୁହେଁ ଜଳଭଣ୍ଡାରରେ ବୁଡ଼ିଯାଇଥିଲେ। ଉଭୟ ପରିବାର ପକ୍ଷରୁ ଦୁଇ ଝିଅଙ୍କୁ ଗାଁରେ ବହୁତ ଖୋଜାଖୋଜି କରାଯିବାପରେ ନଦୀ ନିକଟରେ ଖେଳୁଥିବା କଥା କିଛି ଗ୍ରାମବାସୀ ଦୁଇ ପରିବାରକୁ କହିଥିଲେ। ପରେ କେନ୍ଦୁଗୁଡା ଗ୍ରାମବାସୀ ଓ ଦୁଇ ପରିବାର ମିଶି ଜଳଭଣ୍ଡାରରେ ଖୋଜାଖୋଜି କରିବାପରେ ଉଭୟଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରିଥିଲେ। ପୋଷ୍ଟମର୍ଟମ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

The post ନଦୀରେ ବୁଡି ୨ ନାବାଳିକାଙ୍କ ଚାଲିଗଲା ଜୀବନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button