ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ – Ibnodisha
[ad_1]
ଅହମ୍ମଦାବାଦ : ଗୁଜୁରାଟ ଗିର୍ ସୋମନାଥ ଜିଲ୍ଲାରୁ ଘଟିଛି ଏକ ଲଜ୍ୟାଜନକ ଘଟଣା । ଯେଉଁଠି ଜଣେ ବିଧବା ମହିଳାଙ୍କୁ ଦୁଇ ପୋଲିସ କର୍ମଚାରୀ, ଜଣେ ହୋମଗାର୍ଡ ସମେତ ଚାରି ଜଣ ମିଶି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ତଦନ୍ତ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅନୁସାରେ, ୨୬-୨୭ ବର୍ଷର ଜଣେ ବିଧବା ମହିଳା ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସାତ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିଲା ଏବଂ ତିନୋଟି ସନ୍ତାନ ମଧ୍ୟ ଅଛନ୍ତି । ହେଲେ ଗତ ବର୍ଷ ତଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ପରିବାର ବିରୋଧ ଯାଇ ପ୍ରେମ ବିବାହ କରିଥିଲେ ଉଭୟ । ଏହାପରେ ମହିଳା ଜଣଙ୍କ ଦେଶୀ ମଦ ବିକ୍ରି ଆରମ୍ଭ କରିଥିଲେ । ପୋଲିସ ଚଢାଉରେ ମଧ୍ୟ କଥା ସାମ୍ନାକୁ ଆସିଥିଲା । ପୋଲିସ କର୍ମୀମାନେ ତାଙ୍କୁ ଲଗାତର ଭାବେ ନିର୍ୟାତନା ଦେଉଥିଲେ । ଏପିରିକି ତାଙ୍କୁ ଧମକାଇ ଟଙ୍କା ନେଉଥିଲେ ।ଏଥିରେ ଦୁଇ ପୋଲିସ କର୍ମଚାରୀ, ଜଣେ ହୋମଗାର୍ଡ ସମେତ ଚାରି ଜଣ ସାମିଲ ରହିଥିଲେ । ଏକ ବର୍ଷ ହେବ ଏହିପରି ଭାବେ ଶୋଷଣର ଶିକାର ହେଉଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମହିଳା । ପୋଲିସ ଘଟଣାର ତଦନ୍ତ କରି ଦୁଇ ପୋଲିସ କର୍ମଚାରୀ, ଜଣେ ହୋମଗାର୍ଡ ସମେତ ଚାରି ଜଣଙ୍କୁ ଗିରଫ କରିଛି ।
The post ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ appeared first on ONA KHABAR.
[ad_2]