ରାଜ୍ୟ

ଗୋପବନ୍ଧୁ ଛକରେ ବିଜେଡି ଓ ବିଜେପି ର ରୋଚକ ପୂର୍ଣ୍ଣ ବିବାହଉତ୍ସବ ସମାପନ – Ibnodisha

[ad_1]

ଯାଜପୁର : କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ କଂଗ୍ରେସ ପକ୍ଷରୁ ବ୍ୟlସନଗର ସ୍ଥିତ ଗୋପବନ୍ଧୁ ଛକ ନିକଟରେ କଂଗ୍ରେସ ଦଳ ପକ୍ଷରୁ ଶନିବାର ଦିବା 1 ଘଟିକା ସମୟରେ ବିଜେଡି ଓ ବିଜେପିର ବାହାଘର କରାଇଲା କଂଗ୍ରେସନେତା ବିଦ୍ୟା ଧର ମହାନ୍ତି । ବିଜେଡି ଓ ବିଜେପିର ବାହାଘର ସତ ସତିକା ବାହାଘର ପରି ସମସ୍ତ ଆୟୋଜନ ଶୋଭାଯାତ୍ରାରେ ବରଯାତ୍ରୀ ନାଚ କୁଦରେ ମାତିଥିବା ଦେଖିବାକୁ ମିଳିଥିଲା l କଂଗ୍ରେସ ପକ୍ଷରୁ ଗୋପବନ୍ଧୁ ଛକ ନିକଟରେ ବାହାଘର ବେଦୀ ପ୍ରସ୍ତୁତ ହୋଇଥିଲା l ବରକୁ ନରେନ୍ଦ୍ର ମୋଦିଙ୍କ ମୁକୁଟ ଓ କନ୍ୟାକୁ ନବୀନ ପଟ୍ଟନାୟକଙ୍କ ମୁକୁଟ ପିନ୍ଧାଇ ହିନ୍ଦୁ ରୀତିନୀତି ଅନୁଯାୟୀପୁରୋହିତ ଙ୍କ ମନ୍ତ୍ର ଧ୍ଵନି ରେ ବାହାଘର ସମାପନ ହୋଇ ଯାଇଛି l କୋରେଇ ବ୍ଲକର ବରିଷ୍ଠ କଂଗ୍ରେସ ନେତା ତଥା ଅଣ ସଂଗଠିତ କଂଗ୍ରେ ଶ୍ରମିକ ଓ କର୍ମ ଚାରି ର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ନିହାର ଢଙ୍ଗ ଅଭିନବ ଉପାୟରେ ଏହି ବାହାଘରର ଆୟୋଜନ କରାଯାଇଥିଲା। ଏହି ପରିପକ୍ଷରେ କଂଗ୍ରେସ ନେତା ମାନେ ବସଷ୍ଟାଣ୍ଡ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବରଯାତ୍ରୀଙ୍କ ପରି ଗୀତ ଗାଈ ଓ ନାଚି ଗୋପବନ୍ଧୁ ଛକରେ ପହଞ୍ଚିଥିଲେ । ସେଠାରେ ପ୍ରସ୍ତୁତି ହୋଇଥିବା ବେଦିରେ ବିଜେଡ଼ି ଓ ବିଜେପି ବାହାଘର ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣ ଉପସ୍ଥିତିରେ ବର ଓ କନ୍ୟା ବେଦିରେ ବସି ବାହା ହୋଇଥିଲେ। ଏହି ବାହାଘରକୁ ଦେଖି ସାଧାରଣରେ କୌତୁହଳ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା,ଯୁବ ଓ ବରିଷ୍ଠ କଂଗ୍ରେସ ନେତା ମାନେ ଯୋଗଦେଇଥିଲେ l ବର ପିତା ଵିଦ୍ୟା ଧର ମହାନ୍ତି କନ୍ୟା ପିତା ପଦ୍ମ ନl ଭ ସ୍ଵlଇ ସାଜି ଥିଲେ କଂଗ୍ରେସ୍ ନେତା ନାରାୟଣ ନାୟକ ଦିଲୀପ ସନ୍ତୋଷ ମହାନ୍ତି ପଦ୍ମ ନାଭ ନାୟକ କଂଗ୍ରେସ ନେତ୍ରୀ ଜୋତି ସ୍ମିତା ରାଉତ ମହେନ୍ଦ୍ର ମହାପାତ୍ର ପରୀକ୍ଷିତ ମଲ୍ଲିକ ବିଦ୍ୟା ଧର ମାଲକ୍ ଅମୂଲ୍ୟ ଖୁଣ୍ଟିଆ ସିପିଏମ ବରିଷ୍ଟ ନେତା ପ୍ରଫୁଲ୍ଲ କୁମାର ନାୟକ ସିପିଆଇ ନେତା ଆଲୋକ ମହାନ୍ତି ଅନିଲି କୁମାର ଜେନା ସତ୍ୟା ନନ୍ଦ କlଣ୍ଡି ଓ କୈଳାସ ମଲ୍ଲିକ ପ୍ରମୁଖ କଂଗ୍ରେସ୍ ନେତା ଓ ଡେଖଆଣି ଉତ୍ସବ କୁ ଉପୋଭୋଗ କରୁ ଥିଲେ l। ଏହା ସମଗ୍ର କୋରେଇ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ସାଜିଛି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button