ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ସଚେତନ ଲାଗି ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପରାମର୍ଶ – Ibnodisha
[ad_1]
ଭୁବନେଶ୍ୱର: ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ସ୍କ୍ରବ ଟାିଫସ୍ ସଂକ୍ରମଣ ଚିନ୍ତାର କାରଣ ପାଲଟିଲାଣି । ତେବେ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ନିରଞ୍ଜନ ମିଶ୍ର କହିଛନ୍ତି ଯେ, ‘ଡେଙ୍ଗୁ ବଢିନି, ସ୍ଥିର ଅବସ୍ଥାରେ ଅଛି । ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି । ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଦେଖାଦେଉଛି । ଗତ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮୬୧୦ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୫୦୯୭ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଏକ ଭାଇରାଲ୍ ରୋଗ । ମଣିଷରୁ ମଣିଷକୁ ସଂକ୍ରମିତ ହୁଏନି । ଡେଙ୍ଗୁ ରୋଗୀକୁ ମଶା କାମୁଡି ଆଉ ଜଣେ ମଣିଷକୁ କମିଡିଲେ ଡେଙ୍ଗୁ ହୁଏ । ଡେଙ୍ଗୁ ରୋଗୀ ବାହାର ରାଜ୍ୟରୁ ଆସିଥିଲେ ପରିବାର ଆକ୍ରାନ୍ତ ହେବାର ଆଶଙ୍କା ରହିଛି ।
ସେହିପରି ଜନସ୍ୱାସ୍ଥ୍ୟ ନିର୍ଦେଶକ ସ୍କ୍ରବ ଟାଇଫସ ବାବଦରେ କହିଛନ୍ତି ଯେ, ‘ସାବଧାନ ରୁହନ୍ତୁ । ଏବେ ସ୍କ୍ରବ ଟାଇଫସ ମାତିଛି । ଏହା ଚିଗର ନାମକ କୀଟ କାମୁଡ଼ିଲେ ହେଉଛି । ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି । ଏହି ସ୍କ୍ରବ ଟାଇଫସ ହେଲେ ଜ୍ୱର ଲାଗି ରହେ । ମୃତ୍ୟୁ ସମ୍ଭାବନା ବି ରହିଛିି । ଶରୀରର ଯେଉଁ ସ୍ଥାନକୁ କାମୁଡେ, ସେଠାରେ ସ୍କିନ ଡେଡ ହୋଇଯାଏ । ଯାହାକୁ ଏଚାର ବୋଲି କୁହାଯାଏ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚ୍ଏଲ୍ରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ । ସାଧାରଣ ଆଣ୍ଟିବାୟୋଟିକ୍ କାମଦେବ । ତେବେ ଯାହାର ଜ୍ୱର କମୁନି, ସେମାନେ ପରୀକ୍ଷା କରନ୍ତୁ । କାରଣ ଏହାକୁ ପ୍ୟାରକସିଆ ପରନରିଜିନ କୁହାଯାଏ । ପ୍ୟାରକସିଆ ପରନରିଜିନମାନଙ୍କୁ ସ୍କ୍ରବ ଟାଇଫସ ଟେଷ୍ଟ କରାଯାଏ । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଛି । ହେଲେ ସର୍ବାଧିକ ମାମଲା କେନ୍ଦୁଝରରୁ ଆସୁଛି ।’ ବିଚଳିତ ନହୋଇ ସଚେତନ ହେବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି ।
[ad_2]