ଏମଏସ୍ ସ୍ବାମୀନାଥନଙ୍କ ବିୟୋଗରେ କମଳା ପୂଜାରୀ କହିଲେ- ତାଙ୍କ ଯୋଗୁଁ ଆଜି ମୁଁ ପଦ୍ମଶ୍ରୀ ପାଇଲି – Ibnodisha

[ad_1]
ରାଜ୍ୟ ପ୍ରମୁଖ କୃଷି ସଚିବ ଟୁଇଟ୍ କରି ଶୋକ ଜଣାଇଲେ
ଜୟପୁର: ପଦ୍ମଶ୍ରୀ ଏମଏସ୍ ସ୍ବାମୀନାଥନଙ୍କ ଗୁରୁବାର ଚେନ୍ନାଇସ୍ଥିତ ତାଙ୍କ ବାସଭବନୋର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା। ସେ ୧୯୯୮ ମସିହାରେ ଜୟପୁରରେ ନିଜ ନାଁରେ ଗବେଷଣା କେନ୍ଦ୍ର ସ୍ଥାପନ କରିଥିଲେ। ୨୦୦୪ ମସିହାରେ ବିଜୁ ପଟ୍ଟନାୟକ ଜୈବବିବିଧତା କେନ୍ଦ୍ର ଏହା ପରିସରରେ ଆରମ୍ଭ ହୋଇଥିଲା। ସେ ହିଁ ଜୟପୁରର ଧାନକୁ ବିଶ୍ବକୁ ଚିହ୍ନାଇଥିଲେ। ସେଭଳି ବିରଳ ଧାନ ସଂଗ୍ରହକ ପଦ୍ମଶ୍ରୀ କମଳା ପୁଜାରୀଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ସ୍ବାମୀନାଥନଙ୍କ ଭୁମିକା ଗୁରୁତ୍ବପୁର୍ଣ୍ଣ। ତାଙ୍କ ବିୟୋଗରେ ଆଜି ମକାପୁଟସ୍ଥ ଗବେଷଣା କେନ୍ଦ୍ରରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଶାନ୍ତ ପରିଡ଼ା ସଭାପତିତ୍ବ କରିଥିବା ବେଳେ ପୂର୍ବତନ ନିର୍ଦ୍ଦେଶକ ଏସଭି ରାମଣା ସମସ୍ତ କର୍ମଚାରୀ , ସ୍ବେଚ୍ଛାସେବୀ, ବୈଞାନିକ ଆଦି ଭାଗ ନେଇ ସ୍ମୃତି ଚାରଣ କରିଥିଲେ।
ତାଙ୍କ ବିୟୋଗରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ ଶୋକ ପ୍ରକାଶ କରି ଜୟପୁରର ଧାନକୁ ବିଶ୍ବରେ ଚିହ୍ନାଇଥିବା ଲୋକ, ସବୁଜ ବିପ୍ଲବର ଜନକ ଭାରତ ହରାଇଲା ବୋଲି ଶୋକ ପ୍ରକାଶ କରିଛନ୍ତି। ବିରଳ ଧାନ ସଂଗ୍ରହିକା ଭାବେ ପଦ୍ମଶ୍ରୀ ପାଇଥିବା କମଳା ପୁଜାରୀ ଏହି ଖବର ପାଇଁ ଅତ୍ୟନ୍ତ ମର୍ମାହତ, ଦୁଃଖିତ ବୋଲି କହିଥିଲେ। ଆଜି ବିଶ୍ବରେ ସ୍ବର୍ଗତ ସ୍ବାମୀନାଥନଙ୍କ ଯୋଗୁଁ ତାଙ୍କୁ ସ୍ବତନ୍ତ୍ର ପରିଚୟ ମିଳିପାରିଲା ବୋଲି କହିଛନ୍ତି।
ଏଭଳି ଯୋଗଜନ୍ମା ମହାନ ବ୍ୟକ୍ତିଙ୍କ ପାଦ ଜୟପୁରରେ ପଢ଼ିବା ସହ ଏଠାକାର ଧାନକୁ ବିଶ୍ବସ୍ତରରେ ଚିହ୍ନାଇବା ବ୍ୟକ୍ତି ଆଜି ଆରପାରିରେ , ଏହାକୁ ବିଶ୍ବାସ କରି ହେଉନି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଶୋକ ପ୍ରକାଶ କରିବା ସହ ଅମରଆତ୍ମାର ସଦଗତି କାମନା କରିଛନ୍ତି।
[ad_2]




