ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କ… – Ibnodisha

[ad_1]
କୋଣାର୍କ : ବାପା ନିଜ ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମା’ ସଙ୍ଗିନ ଅଭିଯୋଗ ଆଣିଛନ୍ତି। କୋଣାର୍କ ଥାନା ଅଞ୍ଚଳରେ ଏପରି ଅମାନବୀୟ ଘଟଣା ଘଟିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୪/୨୪) ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅଭିଯୁକ୍ତ ବାପା ନବମ ଶ୍ରେଣୀରେ ପଢୁଥିବା ତାଙ୍କ ନାବାଳିକା ବଡ଼ ଝିଅ ଉପରେ କିଛିଦିନ ହେବ ଖରାପ ନଜର ରଖିଥିଲେ। ଏନେଇ ନାବାଳିକା ତାଙ୍କ ମା’ଙ୍କୁ ଅଭିଯୋଗ କରିଥିଲେ। ସମାଜରେ ମାନସମ୍ମାନ ହାନିକୁ ଦୃଷ୍ଟିରେ ରଖି ଏପରି ଘଟଣାକୁ ଘର ଭିତରେ ସୀମିତ ରଖିବା ସହ ଆଉ ଏଭଳି ଭୁଲ ନ କରିବାକୁ ମହିଳା ତାଙ୍କ ସ୍ବାମୀଙ୍କୁ ତାଗିଦା କରିଥିଲେ। ତେବେ ରବିବାର ସମ୍ପୃକ୍ତ ମହିଳା ଅନ୍ୟ ଜଣଙ୍କ ଘରକୁ କାମ କରିବାକୁ ଯାଇଥିବାବେଳେ ବାପା ଜଣକ ପୁଣି ତାଙ୍କ ଝିଅଙ୍କୁ ବଳାତ୍କାର କରିଥିଲେ।ନାବାଳିକା ଝିଅ ଏହି ଲଜ୍ଜା ସହି ନ ପାରି ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ସଦସ୍ୟ ଏହି ଘଟଣା ଜାଣିବା ପରେ ପୀଡ଼ିତାଙ୍କୁ ତୁରନ୍ତ ଗୋପ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ କୋଣାର୍କ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା।
The post ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କ… appeared first on ONA KHABAR.
[ad_2]