ଦେଶ

ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ – Ibnodisha

[ad_1]

ଲ‌‌‌‌‌କ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିିତ ଥିଲେ। ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ସାମିଲ ହୋଇଛନ୍ତି ମୋଦୀ। ଭୂମି ପୂଜନ ଉତ୍ସବ ପରେ ପ୍ରଧାନମନ୍ତ୍ରୀଙ୍କୁ ମଞ୍ଚ ଉପରେ ସ୍ୱାଗତ କରିଥିଲେ କଳକୀ ଧାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ । ଆଚାଯ୍ୟ ନିଜ ଅଭିଭାଷଣରେ କହିଛନ୍ତି, କଳକୀ ଧାମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ । ୧୮ ବର୍ଷ ପୂର୍ବର ସ୍ୱପ୍ନ ପୂରା କରିବାକୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ସାଧୁ ସନ୍ଥ ଏଠାରେ ଏକାଠି ହୋଇଛନ୍ତି । ଯେବେ ଯେବେ ଅର୍ଧମ ଓ ପାପ ଚରମସୀମାରେ ପହଞ୍ଚିଥାଏ ସେବେ ଅଧର୍ମୀଙ୍କୁ ନାଶ କରିବାକୁ ଏବଂ ଧର୍ମର ପୁନଃସ୍ଥାପନା କରିବାକୁ ଭଗବାନ ଅବତାର ନିଅନ୍ତି। ତ୍ରେତୟାରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ, ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣ ମଥୁରାରେ ଜନ୍ମ ନେଇଥିଲେ । ସେହିଭଳି କଳିଯୁଗରେ ଭଗବାନ କଳକୀ ସମ୍ଭଲ ମାଟିରେ ଜନ୍ମ ନେବେ । ୫ ଏକର ଜମିରେ ଏହି କଳକୀ ଧାମ ମନ୍ଦିର ନିର୍ମାଣ ହେବ । ୫ ବର୍ଷ ମଧ୍ୟରେ ମନ୍ଦିରର ନିର୍ମାଣ ଶେଷ ହେବ । ବଂଶୀ ପାହାଡପୁରର ଗୋଲାପୀ ରଙ୍ଗର ପଥରରେ ଏହି ମନ୍ଦିରର ନିର୍ମାଣ ହେବ । ଅଯୋଧ୍ୟାର ରାମ ମନ୍ଦିର ଓ ସୋମନାଥ ମନ୍ଦିର ମଧ୍ୟ ଏହି ପାହାଡର ପଥରରେ ନିର୍ମାଣ ହୋଇଥିଲା । ୧୦୮ ଫୁଟ ଉଚ୍ଚର ଏହି ମନ୍ଦିରରେ ଷ୍ଟିଲ କିମ୍ବା ଲୁହାର ବ୍ୟବହାର କରାଯିବ ନାହିଁ । ଏଥିରେ ୧୦ଟି ଗର୍ଭଗୃହ ରହିବ, ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହ ସ୍ଥାପନ କରାଯିବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button