ଦେଶ

ପତ୍ନୀକୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କଲେ ଜାଡେଜା – Ibnodisha

[ad_1]

ବ୍ୟୁରୋ : ପାରିବାରିକ ଅଶାନ୍ତି ନେଇ ରବୀନ୍ଦ୍ର ଜାଡେଜାଙ୍କ ବାପା ଏକ ପ୍ରତିକ୍ରିୟା ରଖିଥିଲେ । ଏଥିପାଇଁ ସେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଦାୟୀ କରିଥିଲେ। କିନ୍ତୁ ବାପାଙ୍କର ଏଭଳି କଥା ମୂଲ୍ୟହୀନ ବୋଲି କହିଛନ୍ତି ଜାଡେଜା ।  ବାପାଙ୍କ ସହ ତିକ୍ତତା ଚାଲିଥିବା ବେଳେ ଜାଡେଜା ତାଙ୍କ ପତ୍ନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରିଛନ୍ତି। ସେ ତାଙ୍କୁ ସବୁ ପ୍ରକାରର ସମୟରେ ମାନସିକ ଭାବେ ସମର୍ଥନ କରୁଥିବା ଜାଡେଜା କହିଛନ୍ତି ରାଜକୋଟରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ବିଶାଳ ୪୩୪ ରନରେ ପରାସ୍ତ କରିଥିଲା। ଏହି ଟେଷ୍ଟର ପ୍ରଥମ ଇନିଂସରେ ୧୧୨ ରନର ଇନିଂସ ଖେଳିଥିବା ଜାଡେଜା ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା। ହୋମଟାଉନ ହିରୋ ଜାଡେଜା ଦ୍ୱିତୀୟ ଭାରତୀୟ ଭାବେ କୌଣସି ଟେଷ୍ଟରେ ଶତକ ସହ ୫ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ କରିଥିବାରୁ ଜାଡେଜାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ତେବେ ଜାଡେଜା ଉକ୍ତ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାରକୁ ନିଜ ପତ୍ନୀ ରିଭବାଙ୍କୁ ଡେଡିକେଟ ବା ଉର୍ତ୍ସଗ କରିଛନ୍ତି।କିଛି ଦିନ ତଳେ ଜାଡେଜାଙ୍କ ବାପା ଅନୁରୁଦ୍ଧ ସିଂହ ଜାଡେଜା କହିଥିଲେ ଯେ ୨୦୧୬ରେ ରିଭବାଙ୍କ ସହ ବାହାଘର ପରେ ସବୁ କିଛି ବଦଳି ଯାଇଛି। ଜାଡେଜା ପତ୍ନୀଙ୍କ କଥାରେ ପରିଚାଳିତ ହୋଇ ଘର ଲୋକଙ୍କୁ ପଚାରୁ ନଥିବାର ଅନିରୁଦ୍ଧ କହିଥିଲେ। ତବେ ଜାଡେଜା ବାପାଙ୍କ ଏଭଳି କଥାକୁ ସମ୍ପୂର୍ଣ୍ଣ ମୂଲ୍ୟହୀନ ବୋଲି କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button