ଦେଶ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ଚଣ୍ଡିଗଡ ମେୟର ନିର୍ବାଚନରେ ବିଜୟୀ ହେଲେ ଆପ୍ ପ୍ରାର୍ଥୀ କୁଳଦୀପ କୁମାର । ଏହାପୂର୍ବରୁ ବିଜେପି ମେୟର ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରିଥିଲେ ରିଟର୍ଣ୍ଣିଂ ଅଫିସର । କିନ୍ତୁ ନିର୍ବାଚନର ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଆପ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପରେ ସୁପ୍ରିମ୍‌ କୋର୍ଟ ଏହି ନିର୍ବଚନକୁ ରଦ୍ଧ କରିଥିଲେ । ଏହାପରେ ଆପ୍ ପ୍ରାର୍ଥୀ କୁଳଦୀପ କୁମାର ସେ ମେୟର ଭାବେ ଘୋଷଣା କରିଥିଲେ । ଚଣ୍ଡିଗଡ଼ ମେୟର ନିର୍ବାଚନରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଭଗବାନ କୃଷ୍ଣଙ୍କ ସହ ସମାନତା ଦର୍ଶାଇ କେଜ୍ରିଓ୍ଵାଲ କହିଛନ୍ତି, ଗତକାଲି ସୁପ୍ରିମ୍‌ କୋର୍ଟରେ ଯାହା ଘଟିଥିଲା, ଲାଗୁଥିଲା ଯେମିତି ଭଗବାନ କୃଷ୍ଣ ମଧ୍ୟ ଗତକାଲି ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ଥିଲେ। ପ୍ରଧାନ ବିଚାରପତିଙ୍କ ଆସନରେ ଭଗବାନ ଥିଲେ।ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳକୁ ସୁପ୍ରିମ କୋର୍ଟ ରଦ୍ଦ କରି ଆପ୍‌ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ନିର୍ବାଚନରେ ବିଜୟୀ ଘୋଷଣା କରିବାର ଗୋଟିଏ ଦିନ ପରେ କେଜ୍ରିୱାଲ ଏହି ମନ୍ତବ୍ୟ ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button