ରାଜ୍ୟ

ଫେବ୍ରୁଆରି ୨୮ରୁ ମହାମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ଦିନିଆ ଓଡ଼ିଶା ଗସ୍ତ – Ibnodisha

[ad_1]

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ସୁରଥ କୁମାର ମହାନ୍ତ ସୂଚନା ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ମହାମହିମ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ପହଂଚିବେ ଓ ସେଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ସେଠାରୁ ସେ ବାୟୂସେନାର ହେଲିକେପ୍ଟର ଯୋଗେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପହଂଚି ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ। ରାଇରଙ୍ଗପୁର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ହୋଲିଡେ ହୋମ୍‌ର ଭୂମିପୂଜା କରିବେ। ପରେ କଣ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ା ପରିସର ଓ ଅନୁସୂଚିତ ଜାତି ଓ ଜନଜାତି କେନ୍ଦ୍ରର (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button