ରାଜନୀତି

ବିଜେଡିରେ ଯୋଗ ଦେଲେ ସୁକାନ୍ତ କୁମାର ପାଣିଗ୍ରାହୀ – Ibnodisha

[ad_1]

ଭୁବନେଶ୍ୱର : ବଲାଙ୍ଗୀର ନିର୍ବାଚନମଣ୍ଡଳୀର ତଥା ସ୍ୱେଚ୍ଛାକୃତ ଅବସରପ୍ରାପ୍ତ ବରିଷ୍ଠ ଆକାଉଣ୍ଟ ଅଫିସର ତଥା ପୂର୍ବତନ ଭାରତୀୟ ଭଲିବଲ ଓ ସନ୍ତୋଷ ଟ୍ରଫି ଖେଳାଳି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶଙ୍ଖଭବନଠାରେ ରାଜ୍ୟ ହାଉସିଂ ବୋର୍ଡ କର୍ପୋରେସନର ଅଧ୍ୟକ୍ଷ ତଥା ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଉପଢୌକନ ଦେଇ ଶ୍ରୀ ସିଂହଦେଓ ଦଳକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଦଳରେ ସାମିଲ ହୋଇଥିବା ସୁକାନ୍ତ କୁମାର ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆହୁରି ତିନି ବର୍ଷ ଚାକିରୀ ଥାଇ ମଧ୍ୟ ସେଥିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଲି । ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସିନାହିଁ ।

ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ମିଶ୍ରଣ ପର୍ବରେ ବଲାଙ୍ଗୀର ଅଞ୍ଚଳର କଂଗ୍ରେସ ନେତା ବୈଶାଖୁ ଗଡତିଆ, ତୁଷାରକାନ୍ତ ଗଡତିଆ, ଆନନ୍ଦ କୁମାର ପ୍ରଧାନ, ରୋଷନ କୁମାର ପ୍ରଧାନ, ସୁଶୀଲ ବାଗ୍ ଏବଂ ବିଜେପିର ଆଶୀଷ କୁମାର ଦୋରା, ଗଙ୍ଗାଧର ମାଝୀ, ଜନ୍ମେଜୟ ଶତପଥୀ, ମଧୁ ପଡା, ରାଧାଶ୍ୟାମ ବିଶି, ଧ୍ରୁବ ବାଗ୍‌, ନରୋତ୍ତମ ପାଣିଗ୍ରାହୀ ଏବଂ ରାଜେଶ ପ୍ରଧାନଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button