ଦେଶ

ଗାଡି ଚଳାଉ ଥିବାବେଳେ ଡ୍ରାଇଭର୍‌ଙ୍କୁ ହୃଦଘାତ , ଘଟିଲା ଭୟଙ୍କର ଦୁର୍ଘଟଣା – Ibnodisha

[ad_1]

ବ୍ୟୁରୋ : ଗାଡି ଚଳାଉଥିବା ବେଳେ ଡ୍ରାଇଭର୍‌ଙ୍କୁ ହେଲା ହାର୍ଟ ଆଟାକ୍‌। ଫଳରେ ଭାରସାମ୍ୟ ହରାଇଲା ବୋଲେରୋ। ଦ୍ରୁତଗତିରେ ଆସି ଶୋଭଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ମାଡିଗଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର ନାଗୌର ସ୍ଥିତ ଡେଗାନା ଅଞ୍ଚଳରେ।ସୂଚନାନୁସାରେ ଡେଗାନା ଅଞ୍ଚଳରେ ବିଶ୍ୱକର୍ମା ଜୟନ୍ତୀ ପାଇଁ ଏକ ଶୋଭଯାତ୍ରା ବାହାରିଥିଲା। ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ। ଏକ ବଜାର ଦେଇ ଏହି ଶୋଭଯାତ୍ରା ଯାଉଥିବା ବେଳେ ପଛ ପଟେ ଧୀରେ ଧୀରେ ଏକ ବୋଲେରୋ ଯାଉଥିଲେ। ତେବେ ସେହି ସମୟରେ ବୋଲେରୋଟି ଦ୍ରୁତଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା । ବୋଲେରୋଟି ୧୨ରୁ ଅଧିକ ଲୋକଙ୍କ ଉପରେ ଚଢ଼ି ଆଗକୁ ମାଡି ଯାଇଥିଲା। ଏହି ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି। ଘଟଣାରେ ପୋଲିସ ପକ୍ଷରୁ ସୂଚନା ମିଳିଛି ଡ୍ରାଇଭରଙ୍କ ହଠାତ୍ ହୃଦ୍‌ଘାତ ଯୋଗୁ ଏଭଳି ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଶୋଭାଯାତ୍ରା କରିବା ପାଇଁ ଅନୁମତି ନଥାଏ। କେବଳ ସେତିକି ନୁହେଁ ଶୋଭଯାତ୍ରାରେ ଗାଡି ବ୍ୟବହାର ପାଇଁ ମଧ୍ୟ ଅନୁମତି ଦିଆ ଯାଏ ନାହିଁ। ଏଭଳି ସ୍ଥିତିରେ ବୋଲେରୋଟି ଶୋଭାଯାତ୍ରା ଭିତରକୁ କିଭଳି ଆସିଲା ସେ ନେଇ ପ୍ରଶ୍ନ ଉଠିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button