ଦେଶ

ଐଶ୍ୱର୍ଯ୍ୟାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟକୁ ନେଇ ଅଡ଼ୁଆରେ ରାହୁଲ – Ibnodisha

[ad_1]

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଟାର୍ଗେଟ କରି ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ସମାଲୋଚନା କରିଛି। ନିକଟରେ ଉତ୍ତରପ୍ରଦେଶରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟରୁ ଏହି ବିବାଦ ସୃଷ୍ଟି ହୋଇଥିଲା। ଗତ ମାସରେ ଅଯୋଧ୍ୟାର ରାମମନ୍ଦିରରେ ଆୟୋଜିତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ ବଲିଉଡର ଅନେକ ସେଲିବ୍ରିଟି ଓ କୋଟିପତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓବିସି, ଦଳିତ କିମ୍ବା ଆଦିବାସୀ ସମ୍ପ୍ରଦାୟର କେହି ଯୋଗ ଦେଇ ନ ଥିଲେ, ଯେଉଁମାନେ ଦେଶର ଜନସଂଖ୍ୟାର ୭୩ ପ୍ରତିଶତ ଅଟନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିବା ବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସେମାନଙ୍କ ସହ ଅଯୋଧ୍ୟା ଯାଇ ନ ଥିଲେ କି ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିଲେ। ତେବେ ରାହୁଲ ତାଙ୍କ ନାମ ନେଇ ଆପତ୍ତିଜନକ ବୟାନ ଦେଇଥିଲେ। ବିଜେପିର କର୍ଣ୍ଣାଟକ ରାଜ୍ୟ ଶାଖା ଏକ ବିବୃତିରେ କହିଛି, ଭାରତୀୟଙ୍କ କ୍ରମାଗତ ପ୍ରତ୍ୟାଖ୍ୟାନରେ ନିରାଶ ହୋଇ ରାହୁଲ ଗାନ୍ଧୀ ଭାରତର ଗୌରବ ଐଶ୍ୱର୍ଯ୍ୟା ରାୟଙ୍କୁ ଅପମାନିତ କରିଛନ୍ତି। ଚତୁର୍ଥ ପିଢ଼ିର ଜଣେ ବଂଶବାଦୀ, ଏବେ ଐଶ୍ୱର୍ଯ୍ୟା ରାୟଙ୍କୁ ଅପମାନିତ କରୁଛନ୍ତି, ଯିଏ କି ରାହୁଲ ଗାନ୍ଧୀଙ୍କ ପୂରା ପରିବାରଠାରୁ ଭାରତ ପାଇଁ ଅଧିକ ଗୌରବ ଆଣିଛନ୍ତି। ରାହୁଲଙ୍କ ମନ୍ତବ୍ୟକୁ କଣ୍ଠଶିଳ୍ପୀ ସୋନା ମହାପାତ୍ର ମଧ୍ୟ ନିନ୍ଦା କରିବା ସହ ରାଜନୈତିକ ଫାଇଦା ପାଇଁ ରାଜନେତାମାନେ ମହିଳାଙ୍କୁ ଟାର୍ଗେଟ୍ କରିବା ପ୍ରଥାକୁ ସମାଲୋଚନା କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button