ରାଜ୍ୟ

+୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

ବ୍ରହ୍ମପୁର : +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ସେଠୀ । ତାଙ୍କ ଘର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ସୂର୍ୟ୍ୟବିହାର ୨ ଲାଇନ୍ ରେ । ତେବେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି କି ନାହିଁ ତାହା ଏଯାଏଁ ଜଣାପଡିନି । ବନ୍ଦ୍ ଘରୁ ଯୁକ୍ତ ଦୁଇ ଦେବାଶିଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ଦେବାଶିଷଙ୍କର ଫିଜିକ୍ସ ପରୀକ୍ଷା ଥିଲା । ପରୀକ୍ଷା ପରେ ଦେବାଶିଷ ଘରକୁ ଫେରିଥିଲେ। ଖାଇ ପିଇ ନିଜ ରୁମ୍‌କୁ ରେଷ୍ଟ ନେବାକୁ ଯାଇଥିଲେ । ହେଲେ ବିଳମ୍ବିତ ସମୟ ପର୍ୟ୍ୟନ୍ତ ନିଜ ରୁମ୍‌ର କବାଟ ଖୋଲି ନଥିଲେ ଦେବାଶିଷ । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକ । ପୁଅ ରୁମ୍‌ର କବାଟ ବାଡ଼େଇଲେ ବି ଖୋଲିନଥିଲେ । ବାଧ୍ୟହୋଇ କବାଟ ତାଡ଼ିବା ପରେ ରୁମରୁ ଦେବାଶିଷଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button