ଦେଶ

ଦୁଇ ସିଂହଙ୍କ ନାମ ପରିବର୍ତ୍ତନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ – Ibnodisha

[ad_1]

କୋଲକାତା: ତ୍ରିପୁରାରୁ ଏକ ସିଂହୀକୁ ସିଲିଗୁଡ଼ି ଚିଡ଼ିଆଖାନାକୁ ଅଣାଯାଇଥିଲା। ସିଲିଗୁଡ଼ିର ବଙ୍ଗଳା ସଫାରୀ ପାର୍କରେ ସେଠାରେ ପୂର୍ବରୁ ଥିବା ଏକ ସିଂହ ସହ ରଖାଯାଇଥିଲା।ସେଠାରେ ସିଂହକୁ ଆକବର ଓ ସିଂହୀକୁ ସୀତା ବୋଲି ନାମିତ କରାଯାଇଥିଲା। ଏହି ନାମ ରଖିବା ଦ୍ୱାରା ଧାର୍ମିକ ଭାବନା ପ୍ରତି ଆଘାତ ପହଞ୍ଚୁଥିବା ଅଭିଯୋଗ କରି ବିଶ୍ବ ହିନ୍ଦୁ ପରିଷଦ କଲିକତା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଉଭୟ ସିଂହସିଂହୀଙ୍କ ନାମ ପରିବର୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି କହିଛନ୍ତି ଯେ ଆପଣମାନେ ଏକ ସିଂହକୁ ହିନ୍ଦୁ ଦେବଦେବୀଙ୍କ ନାମ ଅନୁସାରେ ନାମକରଣ କରିବା ଠିକ୍‌ ନୁହେଁ। ଏଭଳି କରି ଅଯଥା ଧାର୍ମିକ ବିବାଦ ସୃଷ୍ଟି କରାଯାଉଛି । କେବଳ ସୀତା ନୁହେଁ ସିଂହର ନାମ ଆକବର ମଧ୍ୟ ପରିବର୍ତନ କରିବାକୁ କୋର୍ଟ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button