ରାଜ୍ୟ

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର – Ibnodisha

[ad_1]

ଗଞ୍ଜାମ : କାଜୁତୋଟାରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର। ଏଭଳି ଅମାନୁଷିକ ଦୃଶ୍ୟ ଗଞ୍ଜାମ ଆସିକା ଥାନା କୋଟିବାଡି ଗ୍ରାମର ବଡ଼ନଦୀ ନିକଟରେ ଥିବା କାଜୁତୋଟାରେ ଦେଖିବାକୁ ମିଳିଛି। ତେବେ କେହି ଅଜଣା ବ୍ୟକ୍ତିଙ୍କୁ ମାରି ଏଠାରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରିଛି। ମୃତଦେହଟି କୌଣସି ଏକ ବ୍ୟକ୍ତିର ହୋଇଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହଟି ୪ରୁ୫ ଦିନର ହୋଇଥିବା ଅନୁମାନ କରାଯାଉଛି। ଏତେ ଦିନରୁ ପଡିରହିଥିବାରୁ ମୃତଦେହଟି ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ କିପରି ଏହି ଘଟଣା ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button