ଅପରାଧ

ପୋଲିସ କୁ ଘେରିଲେ ଗ୍ରାମବାସୀ – Ibnodisha

[ad_1]

ଦଶପଲ୍ଲା୨୪/୨ : ଜଣେ ମହିଳା ଙ୍କୁ ମାଡମାରି ଅସଦାଚରଣ କରିବା ସମ୍ପର୍କରେ ଦଶପଲ୍ଲା ଥାନା ରେ ଅଭିଯୋଗ ପରେ ପୋଲିସ ପକ୍ଷରୁ  ଅଭିଯୁକ୍ତ ବିରୋଧରେ ମୋକଦମା କରାଯାଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଓ ପରେ ପୋଲିସ ର ଅବହେଳା ର ସୁଯୋଗ ନେଇ ଅଭିଯୁକ୍ତ ଜାମିନ ରେ ଆସିବା କୁ କେନ୍ଦ୍ର କରି ଦଶପଲ୍ଲା ଥାନା ତୁମାଣ୍ଡି ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ କେନ୍ଦ୍ର କରି ଗୁରୁବାର ରାତି ରେ ତୁମାଣ୍ଡି ଗ୍ରାମରେ ସଭା ଚାଲିଥିବା ବେଳେ ଖବରପାଇ ପୋଲିସ ସେଠାରେ ଗାଡ଼ିଧରି ପହଞ୍ଚିଥିଲା । ଏହାଦେଖି ସଭାସ୍ଥଳରେ ଥିବା ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।  ଗ୍ରାମବାସୀ ମାନେ  ପୋଲିସ ସହ ଯୁକ୍ତି କରିବା ସହ ସେମାନଙ୍କୁ ଘେରାଉ କରିଥିଲେ ।ପୋଲିସ ପକ୍ଷରୁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ପୋଲିସ କୁ ଛାଡ଼ିଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗତ ଡିସେମ୍ବର ୩୧ ତାରିଖ ଦିନ ସେହି ଗ୍ରାମର ଗଜେନ୍ଦ୍ର ସାହୁ, ମୋନାଲିସା ସାହୁ ଓ ଡକମ ସାହୁ କୌଣସି କାରଣ ନଥାଇ ସେହି ଗ୍ରାମର ମମତା ମୁଦୁଲି ଙ୍କୁ ଗାଳିଗୁଲଜ କରି ମାଡ ମାରିଥିଲେ । ସେହି ସମୟ ରେ ମମତା ଙ୍କ ସ୍ୱାମୀ ଘରେ ନଥିଲେ । ପରେ ମମତା ଙ୍କ ସ୍ୱାମୀ ଘରେ ପହଂଚି ମମତା ଙ୍କ ଠାରୁ ସମସ୍ଥ ଘଟଣା ଜାଣିବା ପରେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button