ରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ – Ibnodisha

[ad_1]

ନୂଆଦିଲ୍ଲୀ : ଆଜି ୧୫ଟି ରାଜ୍ୟରେ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ମତଦାନ ଆରମ୍ଭ ହୋଇଛି । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଆଜି ହେବ ମତଦାନ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥ। ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ବିଜେପିର ସର୍ବାଧିକ ୨୦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଏଲ୍. ମୁରୁଗନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ବିନା ଭୋଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସାରିଛନ୍ତି। ଓଡ଼ିଶାରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନିର୍ବାଚିତ ହୋଇଛନ୍ତି । ୟୁପିରେ ୧୧ ଜଣ ପ୍ରାର୍ଥୀ ୧୦ଟି ସିଟ୍ ପାଇଁ ନାମାଙ୍କନ ଭରିଛନ୍ତି। ବିଜେପି ୮ଟି ଆସନ ଏବଂ ସମାଜବାଦୀ ପାର୍ଟିରୁ ୩ ଜଣଙ୍କୁ ଟିକେଟ ଦିଆଯାଇଛି। କର୍ଣ୍ଣାଟକରେ ୪ଟି ସିଟ ପାଇଁ ୫ ଜଣ ପ୍ରାର୍ଥୀ , କଂଗ୍ରେସରୁ ୩ଜଣ ଏବଂ ବିଜେପି ଓ ଜେଡିଏସରୁ ଜଣେ ଲେଖାଏଁ ପ୍ରାର୍ଥୀ ଆଶାୟୀ ଅଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button