ବରିଷ୍ଠ ଓଏଏସ୍ ସ୍ତରରେ ଅଦଳ ବଦଳ – Ibnodisha

[ad_1]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ରାଜ୍ୟରେ ୧୫୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଓ ପିଏ ଆଇଟିଡିଏ ଅଧିକାରୀ ଭାବେ ଜିଲ୍ଲାସ୍ତରରେ କାର୍ଯ୍ୟରତ ମୋଟ ୫୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ୩୫ଜଣ ବିଡିଓଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୭୦ଜଣ ତହସିଲଦାର(ଓଏଏସ)ଙ୍କ ବଦଳି ହୋଇଛି ।
ବରିଷ୍ଠ ଓଏଏସ୍ ଉଦୟ କୁମାର ମହାପାତ୍ରଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ), ଲଗ୍ନଜିତ୍ ରାଉତଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ଲଳିତମୋହନ ବେହେରାଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ନିରଞ୍ଜନ ବେହେରାଙ୍କୁ ବାଲେଶ୍ୱର ଏଡିଏମ୍ , ଅଭିମନ୍ୟୁ ବେହେରା-(କ)ଙ୍କୁ ଜଗତସିଂହପୁର ଏଡିଏମ, ତ୍ରିନାଥ ମାଝୀଙ୍କୁ ରାୟଗଡ଼ା ଏଡିଏମ୍ ,ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଅନୁଗୁଳ ଏଡିଏମ, ସୋମନାଥ ପ୍ରଧାନଙ୍କୁ ମାଲକାନଗିରି ଏଡିଏମ୍ , ଅନୀତା ପାତ୍ରଙ୍କୁ ଢେଙ୍କାନାଳ ଏଡିଏମ, ସମ୍ବିତ କୁମାର ରାଉତଙ୍କୁ ଜଗତସିଂହପୁର ଏଡିଏମ, ପ୍ରସନ୍ନ କୁମାର ପାତ୍ରଙ୍କୁ କୋରାପୁଟ ଏଡିଏମ, ନୀଳମାଧବ ଭୋଇଙ୍କୁ ପୁରୀ ଏଡିଏମ(ପ୍ରୋଟୋକଲ), ମଧୁଛନ୍ଦା ସାହୁ ବରଗଡ଼ ଏଡିଏମ, ପ୍ରଭାସ ଚନ୍ଦ୍ର ଦଣ୍ଡସେନା ବୌଦ୍ଧ ଉପଜିଳ୍ଲାପାଳ, ଅନୁପ ପଣ୍ଡା ପାରଳାଖେମୁଣ୍ଡିି ଉପଜିଳ୍ଲାପାଳ, ଆଲୋକ କୁମାର ପ୍ରଧାନ ବଲାଙ୍ଗୀର ଉପଜିଲ୍ଲାପାଳ, ଜ୍ୟୋତି ଶଙ୍କର ରାୟ, କଟକ ଉପଜିଲ୍ଲାପାଳ, ସୁବ୍ରତ କୁମାର ଜେନା କନ୍ଧମାଳ ଉପଜିଲ୍ଲାପାଳ, ଦେବାଶୀଷ ପଟ୍ଟନାୟକ କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରିୟରଞ୍ଜନ ପୃଷ୍ଟି ପୁରୀ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ(ଇଓ ଓ ସିଡିଓ), ଦୟାମୟ ପାଢ଼ୀ କଳାହାଣ୍ଡି ସିଡିଓ-ଇଓ ଜିଲ୍ଲା ପରିଷଦ, ରତ୍ନାକର ସାହୁ କନ୍ଧମାଳ ସିଡିଓ-ଇଓ ଜିଲ୍ଲା ପରିଷଦ, ନରେଶ ଚନ୍ଦ୍ର ଶବର ମାଲକାନଗିରି ସିଡିଓ-ଇଓ ଜିଲ୍ଲା ପରିଷଦ, ପ୍ରିୟଦର୍ଶନୀ ମଲ୍ଲିକ କଟକ ସିଡିଏ ସଚିବ, ଲଲାଟ କୁମାର ଲୁହ ସମ୍ବଲପୁର ଆରଡିସିଙ୍କ ଅତିରିକ୍ତ ସଚିବ, ରାଜେନ୍ଦ୍ର ମାଝୀଙ୍କୁ ଗଜପତି ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଧିକାରୀ, ରାମେଶ୍ୱର ପ୍ରଧାନ ବ୍ରହ୍ମପୁର ଆରଡିସିଙ୍କ ଅତିରିକ୍ତ ସଚିବ, କମଳଜିତ୍ ଦାସ ଏମଏସଏମଇ ବିଭାଗର ଯୁଗ୍ମ ସଚିବ, ନରେନ୍ଦ୍ର ନାୟକ କନ୍ଧମାଳ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ), ସୁଜାତା ଶୁଭଦର୍ଶିନୀ ନାୟକ ଢେଙ୍କାନାଳ ଜିଲ୍ଲା ପରିଷଦ ଅତିରିକ୍ତ ଇଓ, ଫାଲଗୁନୀ ମାଝୀ ରାୟଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଇଓ, ନୀଳମାଧବ ମାଝୀଙ୍କୁ ପୁରୀ ଅତିରିକ୍ତ ଉପଜିଳ୍ଲାପାଳ, ପାର୍ଥସାରଥୀ ହାସଁଦାଙ୍କୁ ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ, ଗାୟତ୍ରୀ ନାୟକଙ୍କୁ ଭୁବନେଶ୍ୱର ଇଡକୋ ଲ୍ୟାଣ୍ଡ ଅଫିସର, ବରିଷ୍ଠ ଓଏଏସ୍ ଭବତରଣ ସାହୁଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି ।
[ad_2]