ରାଜ୍ୟ

କ୍ରିକେଟ୍ ଷ୍ଟାଡିଅମ, କ୍ରିକେଟ୍ ଏକାଡେମୀ, ସ୍ପୋଟ୍ସ କମ୍ପେ୍ଳକ୍ସ ଲୋକର୍ପିତ – Ibnodisha

[ad_1]

 -କ୍ରୀଡ଼ା ଦୃଶ୍ୟପଟ୍ଟରେ ରୂପାନ୍ତରୀକରଣ
– ବଦଳିବ ବାରବାଟୀ ଷ୍ଟାଡିୟମର ରୂପରେଖ
– ପୁରୀ,ବହ୍ମପୁର, ଯାଜପୁରରେ କ୍ରିକେଟ୍ ଷ୍ଟାଡିଅମ
– ପୁରୀ,ଝାରସୁଗୁଡ଼ାରେ ମହିଳା କ୍ରିକେଟ୍ ଗ୍ରାଉଣ୍ଡ
– ବରଗଡ଼,ଢେଙ୍କାନାଳ,ଯାଜପୁରରେ ଏକୀକୃତ ସ୍ଫୋଟ୍ସ କମ୍ପେ୍ଳକ୍ସ
– ରାଜ୍ୟରେ ୪୨ଟି କ୍ରିକେଟ୍ ଏକାଡେମୀ
– ଗଞ୍ଜାମରେ ଭାରୋତ୍ତଳନ ଏକାଡେମୀ,୨୦୦ ଶଯ୍ୟାର ହଷ୍ଟେଲ

ଭୁବନେଶ୍ୱର,କଟକ,ପୁରୀ, ବରଗଡ଼, : କ୍ରୀଡ଼ା ପାଇଁ ଯୁବ ଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି । ଏହି ଶ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କ୍ରୀଡ଼ା ଦୃଶ୍ୟପଟ୍ଟରେ ରୂପାନ୍ତରୀକରଣ କରି ସଫଳ ହୋଇଛନ୍ତି । ଓଡ଼ିଶା ଏବେ ସଶକ୍ତ । କ୍ରିଡ଼ା ଭିତ୍ତିଭୂମିର ବିକାଶ ଯୋଗୁ ଝଲସୁଛି କ୍ରିକେଟ୍ ଷ୍ଟାଡିଅମ, କ୍ରିକେଟ୍ ଏକାଡେମୀ ଓ ସ୍ପୋଟ୍ସ କମ୍ପେ୍ଳକ୍ସ । ଫଳରେ ରାଜ୍ୟ କ୍ରିକେଟ୍ ଇତିହାସରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ ।ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ବାରବାଟି ଷ୍ଟାଡିଅମ ପୁର୍ନବିନ୍ୟାସ ପାଇଁ ଭିତ୍ତିପ୍ରସ୍ଥର ରଖିବା ସହ ରାଜ୍ୟର କିଛି ଷ୍ଟାଡିଅମକୁ ଲୋକାର୍ପିତ କରିଛନ୍ତି । ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ, ବ୍ରହ୍ମପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଯାଜପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ପୁରୀରେ ମହିଳା କ୍ରିକେଟ୍ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ୍ ଗ୍ରାଉଣ୍ଡ, ଗଞ୍ଜାମରେ ଭାରୋତ୍ତୋଳନ ଏକାଡେମୀ, ଯାଜପୁରରେ ହକି ପ୍ରଶିକ୍ଷଣ କେନ୍ଦ୍ର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ସେହିପରି ସମ୍ବଲପୁରରେ ଭିଏସ୍‌ଏସ୍ କ୍ରିକେଟ୍ ଷ୍ଟାଡିୟମର ପୁନଃବିକାଶ, ବରଗଡ଼ରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଢେଙ୍କାନାଳରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଓ ଯାଜପୁରରେ ସ୍ପୋର୍ଟ୍ସ ଏକାଡେମୀ ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତ୍ତିପ୍ରସ୍ଥର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବାରବାଟୀ ଷ୍ଟାଡିୟମ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବାରବାଟୀ ବିଶ୍ୱରେ ଅନ୍ୟତମ ଚର୍ଚ୍ଚିତ କ୍ରିକେଟ୍ ଷ୍ଟାଡିଅମ । ଏହାର ଭବିଷ୍ୟତ ଉଜ୍ଜ୍ୱଳ । ଷ୍ଟାଡିୟମର ରୂପ ବଦଳିଯିବ । ରୂପାନ୍ତର ପରେ ବିଶ୍ୱବାସୀଙ୍କ ନଜରରେ ଏହା ରହିବ । ଷ୍ଟାଡିଅମରେ ଖେଳାଳିଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିିଆଯିବ । କ୍ରୀଡ଼ା ଭିତ୍ତିଭୂମିକୁ ବିକାଶ କରାଯିବ । ତେବେ ଷ୍ଟାଡିୟମର ଐତିହ୍ୟ ବହନ କରୁଥିବା ସମସ୍ତ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖାଯାଇ ଏହାର ନବୀକରଣ କାର୍ଯ୍ୟ କରାଯିବ । ଏଠାରେ ଏକ ନୂଆ ଓ ଅତ୍ୟାଧୁନିକ ସ୍ପୋଟ୍ସ କମ୍ପେ୍ଲକ୍ସ ନିର୍ମାଣ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେବଳ ବାରବାଟୀ ନୁହେଁ ସମଗ୍ର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ସ୍ଥାନରେ କ୍ରିକେଟ୍ ଷ୍ଟାଡିଅମ ଓ କ୍ରିକେଟ୍ ଏକାଡେମୀର ଲୋକାର୍ପଣ ଦ୍ୱାରା ଯୂବ କ୍ରୀଡ଼ାବିତ୍ ପ୍ରୋତ୍ସାହିତ ହେବେ । କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କ କ୍ୟାରିୟର ଗଠନ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରରେ ଥିବା କ୍ରିକେଟ୍ ଷ୍ଟାଡିଅମକୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରାଯାଇଛି ବୋଲି ଘୋଷଣା କରିବା ସହ ପୁରୀରେ କ୍ରିକେଟ୍ ଷ୍ଟାଡିଅମକୁ ମହାପ୍ରଭୁଙ୍କ ନାମରେ ନାମିତ ହୋଇଛି ବୋଲି ପ୍ରକାଶ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଏପରି ଏକ ଐତିହାସିକ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ । ଏହି ଉଦଘାଟନୀ ଉତ୍ସବରେ ବାରବାଟୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ପୂର୍ବତନ ଜାତୀୟ ସ୍ତରର ଖ୍ୟାତି ଅର୍ଜନ କରିଥିବା କ୍ରିକେଟର ଇର୍‌ଫାନ ପଠାନ, ଦୀନେଶ ମଙ୍ଗିଆ, ପ୍ରଜ୍ଞାନ ଓଝା, ଆଇପିଏଲ୍ ଚେୟାରମ୍ୟାନ ଅରୁଣ ସିଂହ ଧୂମାଲ, ବିଶ୍ୱକପ୍ ଖେଳିଥିବା ରାଜ୍ୟର ପ୍ରଥମ କ୍ରିକେଟର ଦେବାଶିଷ ମହାନ୍ତି, ଟେଷ୍ଟ କ୍ରିକେଟର ଶିବସୁନ୍ଦର ଦାସ, ଓସିଏର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା, ଓସିଏ ବର୍ତ୍ତମାନର ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେମିତି ସବୁ ଷ୍ଟାଡିଅମରେ ମଧ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button