IBN ଓଡ଼ିଶା ବ୍ୟୁରୋ

ଟ୍ୟାନ୍ ସମସ୍ୟା ଦୂର କରେ କାକୁଡି, ଜାଣନ୍ତୁ କିପରି କରିବେ ବ୍ୟବହାର

କାକୁଡି ହେଉଛି ଏକ ସୁପର ଫୁଡ୍ । ଏଥିରେ ପାଣିର ମାତ୍ରା ୯୫% ରହିଥାଏ । ଏହିକାରଣରୁ ଏହାକୁ ଖାଇବା ଦ୍ୱାରା ଶରୀର ହାଇଡ୍ରେଟ୍ ରହିଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି କାକୁଡି କେବଳ ଶରୀର ପାଇଁ ନୁହେଁ ବରଂ ଏହା ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଖରାଦିନେ ତ୍ୱଚାରେ ଦେଖାଯାଉଥିବା ଟ୍ୟାନ୍ ସମସ୍ୟା ଦୂର କରିବାରେ କାକୁଡି ସାହାଯ୍ୟ କରିଥାଏ । କାକୁଡି ଶରୀରକୁ ଭିତରୁ ହାଇଡ୍ରେଟ ରଖିଥାଏ । ଯାହାଦ୍ୱାରା ଅତ୍ୟଧିକ ବୟସ୍କ ଲାଗିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଟ୍ୟାନିଂ ସମସ୍ୟା ଦୂର କରିବା ପାଇଁ କାକୁଡିକୁ କିପରି ବ୍ୟବହାର କରିବେ ।

kheeraଆବଶ୍ୟକୀୟ ସାମଗ୍ରୀ:

୨ ଚାମଚ କାକୁଡି ରସ
୧ ଚାମଚ ଗୋଲାପ ଜଳ

କିପରି ପ୍ରସ୍ତୁତ କରିବେ:

cucumberଟ୍ୟାନିଂ ସମସ୍ୟା ଦୂର କରିବା ପାଇଁ ଆପଣ ସର୍ବ ପ୍ରଥମେ ଏକ ବାଉଲ୍ ଆଣନ୍ତୁ । ଏଥିରେ କାକୁଡି ରସ ଏବଂ ଗୋଲାପ ଜଳ ପକାନ୍ତୁ । ଏବେ ଏହି ଦୁଇଟି ଜିନିଷକୁ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ଆପଣ ଟ୍ୟାନିଂ ସମସ୍ୟା ଦୂର କରିବା ପାଇଁ ଏହି ମିଶ୍ରଣ ଲଗାଇବା ପୂର୍ବରୁ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ । ଏବେ ଅଳ୍ପ ତୁଳା ସାହାଯ୍ୟରେ ଏହି ମିଶ୍ରଣକୁ ତ୍ୱଚାରେ ବା ମୁହଁରେ ଲଗାନ୍ତୁ । ଲଗାଇବାର କିଛି ସମୟ ରଖିବା ପରେ ମୁହଁକୁ ଥଣ୍ଡା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ । ଯଦି ଆପଣ ବହୁତ ଜଲଦି ରେଜଲ୍ଟ ପାଇବାକୁ ଚାହୁଁଛନ୍ତି ତେବେ ଏହି ମିଶ୍ରଣକୁ ଆପଣ ସପ୍ତାହରେ ୨ ଥର ବ୍ୟବହାର କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button