IBN ଓଡ଼ିଶା ବ୍ୟୁରୋ

ସଂସାରର ସବୁଠାରୁ ବଡ ପାପ କଣ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

। ମନୁଷ୍ୟର କର୍ମ ରେ ହିଁ ପାପ କିମ୍ବା ପୂଣ୍ୟ ନିହିତ ରହିଥାଏ । କେତେବେଳେ ମଣିଷ ଜାଣି ଶୁଣି ପାପ କରିଥାଏ ତ ପୁଣି କେତେବେଳେ ଅଜାଣତ ରେ ପାପ କରିଥାଏ । କିଛି ଏଭଳି ପାପ ମଧ୍ୟ ରହିଅଛି, ଯାହାକୁ ସଂସାର ର ସବୁଠାରୁ ବଡ ପାପ ବୋଲି କୁହାଯାଇଥାଏ । କିନ୍ତୁ ବନ୍ଧୁଗଣ ପାପ ପୂଣ୍ୟର କଥା ଆସିଲେ ଲୋକ ମାନେ ପାପ କର୍ମ ଛାଡି ପୂଣ୍ୟ କର୍ମ ମାନ କରିବାରେ ଲାଗି ଯାଇଥା’ନ୍ତି ।

 

ସଂସାର ରେ ଏପରି କେହି ନାହାନ୍ତି ଯେ କି କୌଣସି ପାପ କର୍ମ କରି ନାହାନ୍ତି । କେହି ନା କେହି ନିଜ ଜୀବନରେ କିଛି ନ କିଛି ପାପ ତ ନିଶ୍ଚୟ ହିଁ କରିଥା’ନ୍ତି । ଯଦି କେହି ୧୦୦ ପୂଣ୍ୟ ମଧ୍ୟ କରି ଶେଷରେ ଗୋଟିଏ ପାପ ମଧ୍ୟ କରିଥାଏ । ତେବେ ସେହି ବ୍ୟକ୍ତି କୁ ମଧ୍ୟ ତାର ଫଳ ଭୋଗ କରିବାକୁ ହୋଇଥାଏ ।

ବନ୍ଧୁଗଣ ସଂସାର ରେ ବିଭିନ୍ନ ଧରଣ ର ଲୋକ ମାନେ ଅଛନ୍ତି । ସେଥି ମଧ୍ୟରୁ ଅନେକ ଲୋକ ସବୁବେଳେ ପାପ କର୍ମ ରେ ଲିପ୍ତ ରହୁଥିବା ସମୟରେ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ କି କୌଣସି ପାପ କର୍ମ କରି ନଥାନ୍ତି । ବା ସବୁବେଳେ ପୂଣ୍ୟକର୍ମ କରିବାରେ ତତତ୍ପର ହୋଇ ରହିଥାନ୍ତି । ତାହାସହ ଏଭଳି ଲୋକ ମାନେ କାହାକୁ ପାପ ମଧ୍ୟ କରିବାକୁ ଦେଇ ନଥାନ୍ତି ।

 

ବନ୍ଧୁଗଣ ଭଗବାନ ସ୍ଵୟ॰ କହିଛନ୍ତି ଯେ ଏକ ନାରୀ ର ଅପମାନ କରିବା ସଂସାର ର ସବୁଠାରୁ ବଡ ପାପ । ଯଦି କେହି କେବେ କୌଣସି ନାରୀ ର ଇଜ୍ଜତ ସହ ଖେଳେ କିମ୍ବା କୌଣସି ନାରୀ କୁ ଅସନ୍ନମାନ କରିଥାଏ, ତେବେ ସେହି ବ୍ୟକ୍ତି ଅତ୍ୟନ୍ତ ଭୟାନକ ଦଣ୍ଡ ପ୍ରାପ୍ତ କରିଥାଏ । ବିଜ୍ଞାନ ମଧ୍ୟ କହେ କି, ନାରୀ ଶକ୍ତି ହେଉଛି ସବୁଠାରୁ ବଡ ଶକ୍ତି । କାହିଁକି ନା ଗୋଟେ ନାରୀ ହିଁ ଅସହ୍ୟ କଷ୍ଟ ସହି ଗୋଟିଏ ନୂତନ ଜୀବନ ଦୁନିଆ କୁ ଦେଇଥାଏ । ନାରୀ ସବୁଠାରୁ ପୂଜନୀୟ ହୋଇଥାଏ । ତେଣୁ ସେହିଭଳି ଶକ୍ତି ର ଯେ ଅପମାନ କରେ ସଂପୂର୍ଣ୍ଣ ରୂପେ ବ୍ରମ୍ହାଣ୍ଡ ର ବର୍ବାଦ ସହ ସମାନ ହୋଇଥାଏ ।

 

ଭଗବାନଙ୍କ କହିବା ଅନୁସାରେ ଯଦି କେହି ନାରୀ କୁ ସନମାନ ଦେଇଥାଏ, ତେବେ ସେ ବ୍ୟକ୍ତି କୋଟି ପୂଣ୍ୟ ର ଅଧିକାରୀ ହୋଇଥାଏ । ବନ୍ଧୁଗଣ ପ୍ରତ୍ଯେକ ମନୁଷ୍ୟ ଜୀବନରେ ପ୍ରଥମ ନାରୀ ଭାବରେ ନିଜ ମା’ଙ୍କୁ ପାଇଥା’ନ୍ତି , ତେବେ ପ୍ରତ୍ଯେକ ଦିନ ନିଜ ମା’ଙ୍କର ପାଦ ଛୁଇଁ ପ୍ରଣାମ କରିବା ସହ ନିଜ ମା’ଙ୍କର ନିଶ୍ଚୟ ସନମାନ କରନ୍ତୁ । ଏହାଦ୍ବାରା ଆପଣ ଜୀବନରେ ଯେତେ ପାପ କର୍ମ କରିଥିବେ ସେ ସମସ୍ତ ରୁ ମୁକ୍ତ ହୋଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button