କଣ ଆପଣ ଚା’ ପିଉଛନ୍ତି କି ? ଆଜି ହିଁ ହୋଇ ଯାଅନ୍ତୁ ସାବଧାନ ! ନହେଲେ…

। ଆଜି ଆମେ ପୁଣି ଥରେ ନେଇ ଆସିଛୁ ଆପଣ ମାନଙ୍କ ପାଇଁ କିଛି ଏପରି ହେଲ୍ଦ ଟିପ୍ସ, ଯାହା ଜାଣି ଆପଣ ନିଜକୁ ବିଭିନ୍ନ ଭୟାନକ ରୋଗରୁ ରକ୍ଷା ପାଇ ପାରିବେ । ବନ୍ଧୁଗଣ ଆଜିକାଲି ସମସ୍ତେ ପିଲାରୁ ବୃଦ୍ଧ ପର୍ଯ୍ୟନ୍ତ ଚାହା ପିଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ଙ୍କର ଦିନର ଆରମ୍ଭ ହିଁ ଚାହା ପିଇବାରୁ ହୋଇଥାଏ । ଏହାଛଡା ଚାହା ଆଜିକାଲି ସମୟରେ ଦୈନଦିନ ଜୀବନର ଏକ ଅତ୍ୟନ୍ତ ହିଁ ଜରୁରୀ ବସ୍ତୁ ପାଲଟି ଯାଇଛି ।
ବନ୍ଧୁଗଣ ଦେଖାଯାଏ ତ ପୁରାତନ କାଳ ରେ ଆମ ସଂସ୍କୃତି ରେ ଚାହା ନଥିଲା । କିନ୍ତୁ ଇଂରେଜ ମାନେ ଯିବା ସମୟରେ ଆମ ସଂସ୍କୃତି ରେ ଚାହା ପିଇବାକୁ ଶିଖାଇ ଦେଇ ଯାଇଛନ୍ତି । ଯାହାକି ବର୍ତ୍ତମାନ ସମୟର ଏକ ଅତ୍ୟନ୍ତ ଜରୁରୀ ବିଷୟ ପାଲଟି ଯାଇଛି ।
ବର୍ତ୍ତମାନ ସମୟରେ ଯଦି କେହି କାହା ଘରକୁ ଯାଇଥାଏ, ତେବେ ସର୍ବପ୍ରଥମେ ଚାହା ପାଇଁ ହିଁ ସମସ୍ତେ ପଚାରିଥା’ନ୍ତି । କିନ୍ତୁ ଚାହା ଏକ ଏଭଳି ବିଷ ଯାହା ଧୀରେଧୀରେ କରି ମନୁଷ୍ୟର ଜୀବନ କୁ ନଷ୍ଟ କରିଥାଏ । ବନ୍ଧୁଗଣ ଚାହାରେ ଥିବା କ୍ଯେଫିନ ଶରୀର ପାଇଁ ଭଲ ହୋଇନଥାଏ । ତାହାଛଡା ଏହା ଶରୀରରେ ଗ୍ୟାଷ୍ଟିକ ଜନିତ ସମସ୍ଯା କୁ ସୃଷ୍ଟି କରିଥାଏ ।
ତାହାସହ ଖାଦ୍ୟକୁ ହଜମ କରିବାରେ ମଧ୍ୟ ଭିନ୍ନଭିନ୍ନ ବାଧା ସୃଷ୍ଟି କରିଥାଏ । ଯାହାଫଳରେ କି ଆପଣ ଖାଉଥିବା ଖାଦ୍ଯ ସହଜରେ ହଜମ ନ ହେବାରୁ ଆପଣ ବିଭିନ୍ନ ରୋଗ ଜନିତ ସମସ୍ୟାରେ ଘେରି ରହିଥାନ୍ତି । ବନ୍ଧୁଗଣ ଯଦି କେହି ଚାହା ପିଇବାକୁ ପସନ୍ଦ କରିଥାନ୍ତି, ତେବେ ସେ ଏକ ଦିନରେ ୪ ରୁ ୫ କପ ଆରମ ରେ ପିଇ ନେଇଥାନ୍ତି । କିନ୍ତୁ ଏହା ଶରୀର ପକ୍ଷେ କେତେ ଯେ ହାନିକରକ ସେ ଜାଣି ନାହାନ୍ତି ।
ତାହା ସହ ଆପଣ ବ୍ୟବହାର କରୁଥିବା ପ୍ଲାଷ୍ଟିକ ର ଚାହା ଛଣା । ଯାହାକି କି ଆପଣ ପିଉଥିବା ଚାହା ରେ ବିଷ ର ମାତ୍ର କୁ ବଢାଇ ଦେଇଥାଏ । ପ୍ଲାଷ୍ଟିକ ଚାହାଛଣା କମ ଦାମ ରେ ସହଜ ରେ ମିଳୁଥିବାରୁ, ପ୍ରାୟତଃ ସମସ୍ତେ ପ୍ଲାଷ୍ଟିକ ଚାହା ଛଣା ର ବ୍ୟବହାର କରିଥାଆନ୍ତି । ବନ୍ଧୁଗଣ ଏକ ଗବେଷଣାରୁ ଜଣା ଯାଇଛି ଯେ ଯଦି ଶରୀରେ ପ୍ଲାଷ୍ଟିକ ଯାଇଥାଏ ତେବେ ଏହା ଶରୀରରେ ହରମୋନ ଜନିତ ସମସ୍ଯା ସୃଷ୍ଟି କରିବା ସହ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଦୁର୍ବଳ କରି ଦେଇଥାଏ ।
ଏଭଳି କି ପ୍ଲାଷ୍ଟିକ ଚାହା ଛଣା ର ବ୍ୟବହାର ଦ୍ଵାରା କ୍ୟାନ୍ସର ମଧ୍ୟ ସୃଷ୍ଟି ହୋଇପାରେ । ବନ୍ଧୁଗଣ ଚାହା ଛଣିବା ପାଇଁ ଯେତେବେଳେ ପ୍ଲାଷ୍ଟିକ ଚାହା ଛଣା ର ବ୍ଯବହାର କରାଯାଏ, ସେତେବେଳେ ଗରମ ଚାହା ଯୋଗୁଁ ପ୍ଲାଷ୍ଟିକ ର କ୍ଷୁଦ୍ର କ୍ଷୁଦ୍ର କଣିକା ମାନ ମଧ୍ୟ ଚାହାରେ ଯାଇ ମିଶିଥାଏ । ଫଳରେ ଶରୀରରେ ବିଭିନ୍ନ ରୋଗ ସମସ୍ଯା ମାନ ସୃଷ୍ଟି ହୁଏ ।




