IBN ଓଡ଼ିଶା ବ୍ୟୁରୋ

ବେଲ ଗଛ ଗୃହର କେଉଁଠି ଲାଗିଲେ ବଢିଥାଏ ଧନ ସମ୍ପତି ଓ କେଉଁଠି ଲଗେଇଲେ ହୋଇଥାଏ ସର୍ବନାଶ

। ହିନ୍ଦୁ ଧର୍ମ ଅନୁସାରେ ବେଲ ଗଛ କୁ ଏକ ପବିତ୍ର ବୃକ୍ଷ ବୋଲି କୁହାଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ ଯାହାଦ୍ୱାରା ଆପଣ ଜାଣିପାରିବେ, ଘରର କେଉଁଦିଗରେ ବେଲ ଗଛ ଲଗାଇଲେ ଘରର  ବାସ୍ତୁ ଦୋଷ ଦୂର ହେବାସହ ଘରେ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ବେଲ ଗଛ ଏକ ଏପରି ଗଛ ଯାହାକି ସମସ୍ତ ସଂସାରରେ ଦୁର୍ଲଭ ଅଟେ ।

 

ଏହାର ଦିବ୍ୟତା, ଦୁର୍ଲଭତା, କ୍ଷମତା ଓ ଔଷଧୀୟ ଗୁଣ ପାଇଁ ଏହା କେବଳ ମାନବ ସମାଜରେ ହିଁ ନୁହେଁ, ଅପିତୁ ଦେବତା ମାନେ ମଧ୍ୟ ଏହାକୁ ସ୍ଵୀକାର କଇରଛନ୍ତି । ପୁରାଣରେ ବର୍ଣ୍ଣିତ ହୋଇଅଛି ଯେ ବେଲ ଗଛ ମାତା ଲକ୍ଷ୍ମୀ ଙ୍କର ଅ॰ଶ ରୁ ସୃଷ୍ଟି ହୋଇଛି । ବନ୍ଧୁଗଣ ବେଲ ଗଛରେ ସ୍ଵୟ॰ ଶିବ ଓ ଶକ୍ତି ବାସ କରିଥା’ନ୍ତି । ଏହାଛଡା ବେଲ ଗଛର ତ୍ରିଶାଖରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ବାସ କରିଥା’ନ୍ତି ।

ଏହା ଛଡା ବନ୍ଧୁଗଣ ଯଦି କେହି ପ୍ରତିଦିନ ସ୍ନାନ ପରେ ବେଲ ଗଛରେ ଜଳ ଅର୍ପଣ କରିଥାଏ, ତେବେ ସେହି ବ୍ୟକ୍ତି ଉପରେ ମା’ଲକ୍ଷ୍ମୀ ଓ ମହାଦେବ ଅତ୍ୟନ୍ତ ପ୍ରସନ୍ନ ଥା’ନ୍ତି । ଏହା ଛଡା ସେହି ମନୁଷ୍ୟ କୁ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ । ଯାହାଫଳରେ ସେହି ମନୁଷ୍ୟ ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ ।

 

ଏହାଛଡା ସେହି ବ୍ୟକ୍ତିକୁ ଧନବାନ ହେବାରୁ କେହି ରୋକି ପାରନ୍ତି ନାହିଁ । ବନ୍ଧୁଗଣ ବେଲ ପତ୍ର ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ । ତାହାଛଡା ଏହା ଏକ ଏପରି ଗଛ ଯାହାକି ଆପଣ ନିଜ ଘରର ଯେକୌଣସି ଦିଗରେ ଲଗାଇ ପାରିବେ । ବେଲ ଗଛକୁ ଘରେ ଲଗାଇବା ଦ୍ବାରା ଘରେ ସୁଖ, ଶାନ୍ତି, ସମୃଦ୍ଧି ବଢିବା ସହ ଘରର ନକାରାତ୍ମକତା ଶକ୍ତି ଓ ବାସ୍ତୁଦୋଷ ମଧ୍ୟ ଖଣ୍ଡନ ହୋଇଥାଏ ଏବ॰ ଘରେ ବେଲ ଗଛ ଲଗାଇବା ଦ୍ଵାରା ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ ।

ତାହାସହ ବେଳ ଗଛ ର ଛାଇ ଯଦି ଘର ଉପରେ ପଡେ, ତେବେ ଘରର ସମସ୍ତ ବାସ୍ତୁ ଦୋଷ ଖଣ୍ଡନ ହୋଇଥାଏ । ଲିଙ୍ଗ ପୁରାଣରେ ବର୍ଣ୍ଣିତ ଯଦି କେହି ଶିବ ଲିଙ୍ଗ ଉପରେ ୧ ଲକ୍ଷ ବେଲ ପତ୍ର ଚଢାଇଥାଏ ତେବେ ସେହି ମନୁଷ୍ୟ ର ସମସ୍ତ ପାପ ନଷ୍ଟ ହୋଇ ସେ କୋଟି ପୂଣ୍ୟ ଲାଭ କରିଥାଏ । ବନ୍ଧୁଗଣ କହି ରଖୁଛୁ ବେଲ ପତ୍ର କେବେ ମଧ୍ୟ ବାସି ହୋଇନଥାଏ । ବେଲ ପତ୍ରର କାଠି କୁ ଘୋରି ଚନ୍ଦନ କରି ଲଗାଇବା ଦ୍ଵାରା ଶିବ ଶଙ୍କର ଓ ମା’ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥା’ନ୍ତି ।

 

ବେଲ ପତ୍ରରେ ଚନ୍ଦନ ଲଗଇ ଭଗବାନ ଶିବ କିମ୍ବା ମାତା ଙ୍କ ଉପରେ ଚଢାଇବା ଦ୍ଵାରା ନିଜର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଯଦି କେହି ମଣିଷ ଏହି ବେଲ କାଠି କୁ ଘୋରି ନିଜ ମଥାରେ ଲଗାଇଥାଏ ତେବେ ସେହି ମଣିଷ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାଏ । ସଂସାର ରେ ଖୁବ ଶୀଘ୍ର ଦିଗ ବିଜୟୀ ସାବ୍ୟସ୍ତ ମଧ୍ୟ ହୋଇଥାଏ ।

ବନ୍ଧୁଗଣ କୌଣସି ସୋମବାର ଦିନ ଯଦି କେହି ମନୁଷ୍ୟ ବେଲ ଗଛକୁ ଭଲ ଭାବରେ ପୂଜାର୍ଚ୍ଚନା ଆଦି କରି ବେଲ ଗଛ ର ଚେର କୁ ଆଣି ନାଲି କପଡାରେ ବାନ୍ଧି ଏହାକୁ ଧାରଣ କରେ, ତେବ ସେହି ବ୍ୟକ୍ତି ଜୀବନରେ ଧନ, ଧାନ୍ୟ, ସନ୍ତାନ, ସୁଖ, ଶାନ୍ତି ସବୁ କି ପାଇଥାଏ । ଏହା ବ୍ୟତିତ ସେହି ମନୁଷ୍ୟ ର ଜୀବନରୁ ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button