ପିଲାଙ୍କ କୃମି ଦୋଷ ! ଜାଣନ୍ତୁ କାରଣ, ଲକ୍ଷଣ ଓ ନିରାକରଣ,
। ସୂଚନା ଅନୁସାରେ ବେଳେ ବେଳେ ପିଲାମାନେ କହିଥାନ୍ତି ତାଙ୍କର ଝାଡା କିମ୍ବା ପରିଶ୍ରା ଜାଗାଟି କୁଣ୍ଡାଇ ହେଉଛି । ପିଲାଙ୍କୁ ଠିକ ଭାବରେ ଭୋକ ହେଉନି । ପେଟ ଫୁଲିକି ରହୁଛି । ଏହି ସବୁ ଲକ୍ଷଣ ଦେଖିଲେ ଜାଣିପାରିବେ ଏହା କୃମି ଦୋଷ । କୃମି ସାଧାରଣତଃ ତିନି ପ୍ରକାରର ଥାନ୍ତି ;- ନିମାଟୋ ହେଲମିନଥେଶ, ଶିଷ୍ଟୋ ଓ ଟ୍ରମାଟୋସ । ପ୍ରାୟତଃ ଛୁଆମାନଙ୍କ ଠାରେ ନିମାଟୋ ଜାତିର କୃମି ଦେଖିବାକୁ ମିଳିଥାନ୍ତି । କୃମି ହେବାର ଲକ୍ଷଣ ହେଉଛି ଛୁଆ ମାନଙ୍କ ମଳ ଦ୍ଵାର କିମ୍ବା ପରିଶ୍ରା ଦ୍ଵାର କୁଣ୍ଡାଇ ହେଉଛି ।
ଭୋକ ହେଉନି, ପେଟ ଫୁଲି ଯାଉଛି । ଶ୍ଵେତା ଦିଶୁଚି । କୌଣସି କାମରେ ମନ ଲାଗୁନି । ବେଳେ ବେଳେ ନାଳ ଝାଡା ମଧ୍ୟ ହେଇପାରେ । ଯଦି ଜଣଙ୍କର କୃମି ହୋଇଛି ଓ ସିଏ ମଳ ତ୍ୟାଗ ବିଲ ବା କୌଣସି ମାଟି ଏରିଆରେ କରେ । ସେହି ମଳ ବାଟେ କୃମି ଜୀବାଣୁ କିଛି ପଦାକୁ ବାହାରି ଆସିଥାନ୍ତି । ସାଧାରଣତଃ ପିଲା ମାନେ ମାଟି ପଡିଆରେ ଖେଳିଥାନ୍ତି । ସେଇ ମାଟିରେ ଯଦି ସେଇ ଜୀବାଣୁ ରାହିଯାଇଥାନ୍ତି ।
ତେବେ ପିଲା ମାନଙ୍କୁ ସେଇଠି କୃମି ପାଦ ବା ଶରୀରର କୌଣସି ବାଟେ ଦେଇ ଭିତରକୁ ଆସିଯାଇଥାନ୍ତି, ସେମାନେ ମଧ୍ୟ ଏହି କୃମି ରୋଗର ଶିକାର ହୋଇଥାନ୍ତି । ପରିବାକୁ ଯଦି ଭଲ ଭାବରେ ଧୋଇ ନଥାନ୍ତି, ତେବେ ସେଥିରେ ଥିବା ଜୀବାଣୁ ମଧ୍ୟ ଆମ ଶରୀର ଭିତରକୁ ଯାଇ ରୋଗ ସୃଷ୍ଟି କରେଇଥାଏ । ଆମେ ଯେଉଁ ପାଣି ପିଇଥାଉ । ସେହି ପାଣିକୁ ଯଦି ଆମେ ନ ଫୁଟେଇକି କିମ୍ବା ନ ଛାଣିକି ପିଥାଉ ।
ଏହି ପାଣିରେ ରହିଥିବା ଅସଂଖ୍ୟ ଜୀବାଣୁ ଆମ ଶରୀର ଭିତରକୁ ଯାଇ ରୋଗ ସୃଷ୍ଟିର କାରଣ ହୋଇଥାଏ ।ଜୀବାଣୁ ଗୁଡିକ ପାଦ ବାଟ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ଏହା ଦ୍ଵାରା ଛୁଆକୁ ନିଶ୍ଵାସ ନେବାକୁ କଷ୍ଟ ହୋଇଥାଏ । ପିଲା ମାନେ ଥଣ୍ଡା, କାଶ ଓ ଜ୍ବରରେ ପୀଡିତ ହୋଇଥାନ୍ତି । ପିଲାଙ୍କ ଦେହରେ କମ କୃମି ଜୀବାଣୁ ଥିଲେ ସେଥିରେ କିଛି ଲକ୍ଷଣ ଦେଖା ଯାଇନଥାଏ ।
ଯଦି ପିଲା ଶରୀରରେ କୃମି ଜୀବାଣୁ ବଢି ଯାଇଥାନ୍ତି । ସେମାନଙ୍କର ପୃଷ୍ଟି ହୀନତା, ରକ୍ତ ହୀନତା ଏହି ସବୁ ସମସ୍ଯା ଦେଖା ଯାଇପାରେ । ଯାହା ଦ୍ଵାରା ପିଲା ମାନଙ୍କର ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ସେମାନଙ୍କର ଶାରୀରିକ ସ୍ତରରେ ଉଚତା, ଓଜନ ବୟସ ତୁଳନାରେ କମି ଯାଇଥାଏ । ପିଲା ମାନଙ୍କ ଶରୀରରେ କୃମି ଜୀବାଣୁ ନ ହେବାକୁ ଚାହୁଁଥିଲେ ।
ଏଥି ପାଇଁ ଆପଣଙ୍କୁ ନିଜ ପିଲା ଉପରେ ଧ୍ୟାନ ଦେବାକୁ ପଡିବ । ବାହାରକୁ ଶୌଚ ହେବାକୁ ନ ଛାଡି ପାଇଖାନା ବ୍ୟବହାର କରିବା ପାଇଁ କହିବେ । ଶୌଚ ହୋଇ ସାରିବା ପରେ ଭଲ ଭାବରେ ସାବୁନରେ ହାତ ଧୋଇବା ପାଇଁ କହିବେ । ପିଉଥିବା ପାଣିକୁ ଫୁଟେଇ କିମ୍ବା ଛାଣି ପିଇବା ପାଇଁ ଦେବେ । ଯେଉଁ ଫଳ ବା ପରିବା ଖାଉଛନ୍ତି ତାକୁ ଧୋଇକି ଖାନ୍ତୁ । ପିଲା ମାନଙ୍କର ପ୍ରତି ସପ୍ତାହରେ ନଖ କାଟିବେ ।
ଯାହା ଦ୍ଵାରା କୌଣସି ଜୀବାଣୁ ନଖ ବାଟ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିବ ନାହିଁ । ଖାଲି ପାଦରେ ବାହାରେ ନ ବୁଲି ଚପଲର ବ୍ୟବହାର କରିବାକୁ ପିଲାମାନଙ୍କୁ କହିବେ । କୃମି ନ ହେବା ପାଇଁ ଡାକ୍ତରଖାନା, ଅଙ୍ଗନବାଡି, ସ୍କୁଲ ମାନଙ୍କରେ ମାଗଣାରେ ପିଲା ମାନଙ୍କୁ କୃମି ବଟିକା ଖାଇବା ପାଇଁ ଦିଆଯାଉଛି