IBN ଓଡ଼ିଶା ବ୍ୟୁରୋ

କଣ ପିଲା କଥା ମାନୁ ନାହାଁନ୍ତି ? ପାଠ ପଢାରେ ପିଲାଙ୍କର ମନ ଲାଗୁ ନାହିଁ ତ କରନ୍ତୁ ଏହି ଉପାୟ

। ସୂଚନା ଅନୁସାରେ ଯଦି ଆପଣଙ୍କ ପିଲାଙ୍କ ପାଠ ପ୍ରତି ଆଗ୍ରହ ରହୁନି । ଆପଣଙ୍କ କଥା ବୋଲ ପିଲାମାନେ ଶୁଣୁନାହାନ୍ତି । ତେବେ ଏଥିପାଇଁ ଆପଣଙ୍କ ବିଚାର ଧାରାରେ କିଛି ପରିବର୍ତ୍ତନ ଆଣିବା ପାଇଁ ପଡିବ । ନିଜର ପିଲା ପ୍ରତି ନିଜର ଥିବା  ସ୍ବଭାବରେ ସାମାନ୍ୟତମ ପରିବର୍ତ୍ତନ ଆଣିବା ନିହାତି ଦରକାର । ବହୁତ ପିଲା ମାନେ ଥାନ୍ତି, ଯେଉଁ ମାନେ କି ଜିଦି ଧରଣର ହୋଇଥାନ୍ତି କିମ୍ବା ଛୋଟ ବେଳୁ ଏପରି ଜିଦିଆ ନଥିଲେ କିନ୍ତୁ ସମୟ ସହ ସେମାନେ ଚେଞ୍ଜ ହେଇକି ନିଜ ମନମାନି କରୁଛନ୍ତି ।

 

ପାଠ ପଢା ପ୍ରତି ଜମା ନଜର ଦେଉନାହାନ୍ତି । ସେଥିପାଇଁ ଆପଣଙ୍କୁ କିଛି ଉପାୟ କରିବାକୁ ପଡିବ । ଆପଣଙ୍କ ପିଲାଙ୍କ ପାଠ ପଢା ରୁମରେ ଯେଉଁଠି ସିଏ ବସି ପାଠ ପଢୁଥିବେ । ସେହି ଜାଗାର ଉତ୍ତର ପୂର୍ବ କୋଣରେ ଗୋଟିଏ ନୀଳ ରଙ୍ଗର କାଗଜରେ ସ୍ଲୋ କେୟାର ଲେଖିକି କାନ୍ଥରେ ଛପେଇ ଦିଅନ୍ତୁ, ଯାହା ଉପରେ ଆପଣଙ୍କ ପିଲାଙ୍କ ଦୃଷ୍ଟି ପଡ଼ିପାରିବ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ପିଲାଙ୍କର ପାଠ ପଢାରେ ମନ ଲାଗିବା ସହ ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବ ।

ଯଦି ପିଲା ମାନେ ଟିଭି ଦେଖୁଛନ୍ତି  କିମ୍ବା କୌଣସି ଗେମରେ ସବୁବେଳେ ସବୁ ବେଳେ ବୁଡି ରହୁଛନ୍ତି । ଆପଣ ଡାକିବାରୁ ଶୁଣୁନାହାନ୍ତି କିମ୍ବା କୌଣସି ଗୁରୁଜନଙ୍କ କଥାକୁ ଖାତିର କରୁନାହାନ୍ତି । ତେବେ ସେହି ଜାଗାରେ ଆପଣ ମନେ ମନେ ପିଲାଙ୍କ ଉଦେଶ୍ୟରେ ପଏଣ୍ଟ ଅପ ଏହି କଥାଟିକୁ ଉଚାରଣ କରନ୍ତୁ । ଏହା କରିବା ଦ୍ଵାରା ପିଲାମାନେ  ଗୁରୁଜନଙ୍କୁ ସମ୍ମାନ କରିବା ସହିତ ତାଙ୍କର ଆଦେଶ ମଧ୍ୟ ପାଳନ କରିବେ ।

 

ଦେଖାଯାଏକି ପିଲାମାନେ ପାଠ ପଢୁଥିବେ କିନ୍ତୁ ପରୀକ୍ଷା ହଲରେ ତାଙ୍କର ପଢିଥିବା ପାଠ ସ୍ମରଣ ରହିନଥାଏ । ଆପଣଙ୍କ କ୍ଷେତ୍ରରେ ମଧ୍ୟ କୌଣସି କଥାକୁ ଯଦି ଠିକ ସମୟରେ ମନ ପକେଇବା ପାଇଁ ଚାହୁଁଛନ୍ତି । ତେବେ ମନରେ ଏହି ରିଚ ସ୍ଵିଚ ୱାର୍ଡକୁ ଉଚାରଣ କରନ୍ତୁ ।

ଦେଖିବେ ନିଶ୍ଚୟ ସବୁ କଥାକୁ ମେମୋରାଇଜ କରିବା ପାଇଁ ସୁବିଧା ହେବ । ଆପଣଙ୍କର ପିଲାଙ୍କର ଯଦି ପାଠ କିମ୍ବା ନିଜର ଭବିଷ୍ୟତକୁ ନେଇ କୌଣସି ପ୍ରକାର ଚିନ୍ତାରେ ରହୁଛନ୍ତି ।ବହୁତ ସ୍ଟ୍ରେସ କାରଣରୁ ପରୀକ୍ଷା ପୂର୍ବରୁ ହିଁ ତାଙ୍କର ସ୍ଵାସ୍ଥ ଅବସ୍ତା ବିଗିଡି ଯାଉଛି । ତେବେ ମନେ ମନେ ପିଲାଙ୍କ ପାଇଁ ଡିବାଇନ ବ୍ଲଫ ଏହି କଥାକୁ ୧୦୮ ଥର ଉଚାରଣ କରନ୍ତୁ ।

 

ଯଦି ଆପଣଙ୍କ ପିଲା କୌଣସି ପ୍ରକାର ଖରାପ ଅଭ୍ଯାସରେ ପଡିଯାଇଛି, କିନ୍ତୁ ଆପଣ ଜାଣିଛନ୍ତି ଏହି ଅଭ୍ଯାସ ଜମାରୁ ପିଲାଙ୍କ ପ୍ରତି ଭଲ ନୁହେଁ, ତେବେ ନାମ କଂସୀଡ୍ କ୍ଲିଅର ହୋଲ୍ଡ ଡିବାଇନ ଅଫ ଏହି ସ୍ଵିଚ ୱାର୍ଡକୁ ମନେ ମନେ ନିଜର ପିଲା ପ୍ରତି ଉଚାରଣ କରନ୍ତୁ ।ଦେଖିବେ କିଛି ଦିନ ପରେ ଆପଣଙ୍କ ପିଲାଙ୍କ ସ୍ଵଭାବରେ କିଛି କିଛି ପରିବର୍ତ୍ତନ ଆସୁଛି । ପିଲାଙ୍କୁ ସଠିକ ନିସ୍ପତି ନେବାରେ ସାହାଜ୍ଯ କରିବା ସୁଇଚ ୱାର୍ଡ ହେଉଛି ୫୩ ଟୁଗେଦର ।

Related Articles

Leave a Reply

Your email address will not be published. Required fields are marked *

Back to top button