IBN ଓଡ଼ିଶା ବ୍ୟୁରୋ

ଏହି ଦିନ ଘରକୁ ନେଇ ଆସନ୍ତୁ ଶ୍ଵେତ ଅରଖ ଚେର, ଘରକୁ ଆପେ ଆପେ ଟାଣି ହୋଇ ଆସିଥାଏ ଧନ, ବଢିଥାଏ ଧନ ସମ୍ପତି

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଅରଖ ଗଛର କିଛି ଏପରି ବିଶେଷ୍ୟତା, ଯାହାଦ୍ୱାରା ଆପଣ ଜାଣି ପାରିବେ ଏହା ଏକ ଏପରି ଗଛ ଯେଉଁଥିରେ କି ଔଷଧୀୟ ଗୁଣ ଥିବା ସହ ଏପରି ଚମତ୍କାରୀ ଶକ୍ତି ରହିଛି ଯେ ଆପଣ ଯଦି ନିଜ ଘରକୁ ଏହି ସମୟରେ ଆଣିଥା’ନ୍ତି, ତେବେ ଆପଣଙ୍କ ଘର ପାଇଁ ସବୁଦିଗ ରୁ ଧନର ମାର୍ଗ ଖୋଲିଯାଇଥାଏ । ବନ୍ଧୁଗଣ ଆପଣ ମାନେ ଦେଖିଥିବେ ସାଧାରଣତଃ  2 ପ୍ରକାର ର ଅରଖ ଗଛ ରହିଛି । ଯଥା ଶ୍ଵେତ ଅରଖ ଓ ନୀଳ ଅରଖ ।

 

ନୀଳ ଅରଖ ଫୁଲ କୁ ଭଗବାନ ଭୋଳାଶଙ୍କର ଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ବୋଲି ମଧ୍ୟ କୁହାଯାଇଥାଏ । ତାହାସହ ବନ୍ଧୁଗଣ ଆପଣ ମାନେ ଯଦି ଏହି ନୀଳ ଅରଖ ଫୁଲକୁ ପ୍ରତି ସୋମବାର ଓ ଶନିବାର ଦିନ ଭଗବାନ ଭୋଳାଶଙ୍କର ଙ୍କ ଉପରେ ଚଢାନ୍ତି, ତେବେ ଆପଣ ଭଗବାନ ଭୋଳାଶଙ୍କର ଙ୍କର ବିଶେଷ କୃପା ପ୍ରାପ୍ତ କରିବେ ।

ସେହିପରି ବନ୍ଧୁଗଣ ଶ୍ଵେତ ଅରଖର ମଧ୍ୟ ଅନେକ ବିଶେଷ୍ୟତା ରହିଅଛି । ଶାସ୍ତ୍ର ଅନୁସାରେ ଶ୍ଵେତ ଅରଖ ଗଛକୁ ଭଗବାନ ଗଣେଶ ଙ୍କର ସ୍ଵରୂପ ବୋଲି ମଧ୍ୟ କୁହାଯାଇ ଥାଏ । ଏକ ଶ୍ଵେତ ଅରଖ ଗଛର ଚେର ୧୨ ବର୍ଷ ପରେ ସ୍ଵତଃ ଗଣେଶ ଙ୍କର ଆକାର ନେଇଯାଇଥାଏ ।

 

ବନ୍ଧୁଗଣ ଯଦି ଆପଣଙ୍କୁ କେବେ ଏହି ଚେର ପ୍ରାପ୍ତ ହୋଇଥାଏ, ତେବେ ଏହାକୁ ନିକଟରେ ରଖିବା ଦ୍ଵାରା ଜୀବନ ର ସମସ୍ତ ବାଧା ଦୂର ହୋଇ ଯାଇଥାଏ । ଏହି ଶ୍ଵେତ ଅରଖ କୁ ଧଳା ଅରଖ ବୋଲି ମଧ୍ୟ କୁହାଯାଏ । ତାହାସହ ଏହି ଶ୍ଵେତ ଅରଖ କିଛି କିଛି ସ୍ଥାନରେ ହିଁ ଦେଖିବାକୁ ମିଳିଥାଏ । ତେଣୁ ଏହାକୁ ବିରଳ, ଦୁର୍ଲଭ ଓ ମୂଲ୍ଯବାନ ବୋଲି ମଧ୍ୟ କୁହାଯାଏ । ତେଣୁ ବନ୍ଧୁଗଣ ଯଦି କେବେ ଏହି ଶ୍ଵେତ ଅରଖ ଗଛ କୁ ପାଇଥା’ନ୍ତି, ତେବେ ଆପଣ ଏହାକୁ ନିଶ୍ଚୟ ସଂଗ୍ରହ କରି ନିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ କେବେ ଶୁକ୍ଲପକ୍ଷ ର ଶୁକ୍ରବାର ଦିନ ଏହି ଶ୍ଵେତ ଅରଖ ଗଛର ଚେର କୁ ଘରକୁ ଆଣି ଏହାକୁ ଶୁଦ୍ଧପୂତ କରି ତତ୍ପଶ୍ଚାତ୍ ଏହାକୁ ପଞ୍ଚାମୃତ ରେ ସ୍ନାନ କରାଇ ଧୂପ ଦୀପ ଫୁଲ ଚନ୍ଦନ ଦ୍ଵାରା ଏହାର ପୂଜା କରି ଏହାକୁ କୌଣସି ଲାଲ ରଙ୍ଗର କପଡା ରେ ବାନ୍ଧି ନିଜର ଧନ ରଖିବା ସ୍ଥାନରେ ରଖିଲେ ଘର ଉପରେ ମା’ଲକ୍ଷ୍ମୀ ଙ୍କର ଅପର କୃପା ବର୍ଷି ଥାଏ ।

 

ତାହାସହ ବନ୍ଧୁଗଣ ଆପଣ ଯଦି ଏହି ଶ୍ଵେତ ଅରଖ ଗଛର ଚେର କୁ ଶୁକ୍ରବାର ଦିନ ଘରକୁ ଆଣି ଏହାର ପୂଜା କରି ଏକ କଳା କପଡାରେ ବାନ୍ଧି ଏହାକୁ ଘର ର ମୁଖ୍ୟ ଦ୍ଵାରା ରେ ବାନ୍ଧି ଦିଅନ୍ତି, ତେବେ ଆପଣଙ୍କ ଘର ଉପରେ କୌଣସି କୁଦ୍ରୁଷ୍ଟି ପଡି ନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button