କେଉଁ ମାସରେ ଜନ୍ମ ହେଲେ ଥାଏ କେଉଁ ସବୁ ଲକ୍ଷଣ, ଦେଖନ୍ତୁ କଣ କହୁଛି ଆପଣଙ୍କ ଜନ୍ମ ବାର ?

ମନୁଷ୍ୟର ଜନ୍ମ ମାସଟି ମନୁଷ୍ୟର ବ୍ୟକ୍ତିତ୍ବ ଓ ସ୍ଵଭାବ କିପରି ରହିବ କହି ଦେଇଥାଏ । ଯେପରି ମନୁଷ୍ୟର ଜନ୍ମ ତାରିଖ ର ବିଶେଷ ମହତ୍ବତା ରହିଛି । ସେହିଭଳି ଜନ୍ମ ମାସ ର ମଧ୍ୟ ଜ୍ଯୋତିଷ ଶାସ୍ତ୍ରରେ ଅନେକ ମହତ୍ୱ ରହିଛି । ବନ୍ଧୁଗଣ ଆଜି ଆମେ ମାନେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏଭଳି ବିଷୟ ଯାହାଦ୍ୱାରା ଆପଣ ନିଜର ଜନ୍ମ ମାସ ବାଛି ଜାଣି ପାରିବେ, ଆପଣଙ୍କର ପ୍ରକୃତି ସ୍ଵଭାବ କିପରି ବା ଆପଣଙ୍କର ଭବିଷ୍ୟତ କିପରି ରହିବ ।
ଜାନୁୟାରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଉଦାର ସ୍ଵଭାବର ହୋଇଥା’ନ୍ତି । ତାହାସହ ସେ ଏକ ପ୍ରଜାପତି ଭଳି ସୁନ୍ଦର ହେବା ସହ ଖୋଲା ଆକାଶରେ ମୁକ୍ତ ହୋଇ ଉଡି ବୁଲିବାକୁ ଚାହିଁଥା’ନ୍ତି । ସମସ୍ତଙ୍କ ସହ ମିତ୍ରତା କରିବାକୁ ମଧ୍ୟ ପସନ୍ଦ କରିଥା’ନ୍ତି । ତାହାସହ ଆପଣ ସକରାତ୍ମକତା ରେ ପରି ପୂର୍ଣ୍ଣ ହୋଇ ରହିଥାନ୍ତି ।
ଫେବୃୟାରୀ ମାସରେ ଜନ୍ମ ହୋଇ ଥିବା ବ୍ୟକ୍ତି ବିଶେଷ ଙ୍କର ବ୍ୟକ୍ତିତ୍ବ ଅତ୍ୟନ୍ତ ଆକର୍ଷଣୀୟ ଯୁକ୍ତ ହୋଇଥାଏ । ତାହାସହ ଆପଣଙ୍କ ର ଆତ୍ମ ବିଶ୍ବାସ ଏତେ ଆକର୍ଷଣୀୟ ହୋଇଥାଏ ଯେ ଆପଣ ଜାଣି ମଧ୍ୟ ପାରନ୍ତିନି ବ୍ୟକ୍ତି କେତେବେଳେ ଆପଣଙ୍କ ପାଖକୁ ଟାଣି ହୋଇ ଆସିଥା’ନ୍ତି । ମାର୍ଚ୍ଚ ମାସର ବ୍ୟକ୍ତି ମାନେ କେବେବି ଶୀଘ୍ର ହାର ମାନି ନଥା’ନ୍ତି । ଆପଣ ଦୃଢ ବ୍ୟକ୍ତିତ୍ବ ର ମାଲିକ ଅଟନ୍ତି ।
ଏପ୍ରିଲ ମାସର ବ୍ୟକ୍ତି ମାନେ କେବେବି କାହାର ବିଶ୍ବାସ କୁ ଭାଙ୍ଗି ନଥା’ନ୍ତି । ତାହାସହ ଯାହାକୁ ଭଲ ପାଇଥାନ୍ତି, ତାଙ୍କୁ କେବେ ଧୋକା ଦେଇନଥା’ନ୍ତି । ଅତ୍ୟନ୍ତ ହିଁ ସ୍ଵଚ୍ଛ ହୃଦୟ ର ବ୍ୟକ୍ତି ଅଟନ୍ତି । ମଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କୁ ସାଧାରଣତଃ ସମସ୍ତେ ଗମ୍ଭୀର ସ୍ଵଭାବ ର ଭାବିଥା’ନ୍ତି କିନ୍ତୁ ଯେଉଁ ମାନେ ଆପଣ ମାନଙ୍କୁ ଜାଣି ଥା’ନ୍ତି, ସେମାନେ ଆପଣଙ୍କୁ ସେହି ରୂପରେ ଭଲ ମଧ୍ୟ ପାଇଥା’ନ୍ତି । ଆପଣ ଏକ ସୁନ୍ଦର ହୃଦୟ ର ବ୍ୟକ୍ତି ଅଟନ୍ତି ।
ଜୁନ ମାସରେ ଜନ୍ମ ହୋଇଥିବା ବ୍ୟାକ୍ତି ମାନେ ବହୁତ ହିଁ ଭଲ ପାର୍ଟନର ହୋଇଥା’ନ୍ତି ସେଥିପାଇଁ ସମସ୍ତେ ଆପଣଙ୍କ ପାଖକୁ ଆସିବାକୁ ଚାହିଁଥା’ନ୍ତି । ଜୁଲାଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସମସ୍ତଙ୍କ ସହ ମିଶି ଯାଇଥାନ୍ତି । ଆପଣଙ୍କ ସାହସୀ ବ୍ୟକ୍ତିତ୍ବ ଆପଣଙ୍କ ବିଶେଷ୍ୟତା କୁ ଦର୍ଶାଇଥାଏ ।
ଅଗଷ୍ଟ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଖୋଲା ମନ ସ୍ଵଭାବର ହୋଇଥାନ୍ତି । ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ସରଲ ସ୍ଵଭାବର ହୋଇଥାନ୍ତି । ଏହି କାରଣ ରୁ ଅନେକ ଲୋକ ଆପଣଙ୍କର ଫାଇଦା ମଧ୍ୟ ଉଠାଇ ଦିଅନ୍ତି । ଅକ୍ଟୋବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୋଲା ଆଖିରେ ସ୍ଵପ୍ନ ଦେଖିବାକୁ ପସନ୍ଦ କରିଥାନ୍ତି । ଆପଣ ଏକ ଭଲ ଲିଡର ମଧ୍ୟ ହୋଇଥାନ୍ତି ।
ନଭେମ୍ବର ମାସରେ ଜନ୍ମ ହୋଇଥିବ୍ଭା ବ୍ୟକ୍ତି ମାନେ ସହଯୋଗ କାରୀ ତଥା ସଚୋଟ ନାଗରିକ ହୋଇଥା’ନ୍ତି । ଆପଣଙ୍କୁ ସହଜ୍ ରେ କେହି ବୋକା କରି ପାରନ୍ତି ନହିଁ। ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ଯକ୍ତି ଙ୍କର ସ୍ଵଭାବ ଏମାନଙ୍କୁ ଜୀବନରେ ଅନେକ ସଫଳତା ର ନେଇ ଯାଇଥାଏ । ତାହାଛଡା ଆପଣ ମାନେ କେବେବି ଜୀବନରେ କହାକୁ କଷ୍ଟ ଦେଇନଥା’ନ୍ତି । ସବୁବେଳେ ନିଜ ଲୋକଙ୍କର ସହ ରହିବାକୁ ପସନ୍ଦ ମଧ୍ୟ କରିଥାନ୍ତି ।




