IBN ଓଡ଼ିଶା ବ୍ୟୁରୋ

ଯଦି ଶରୀରରେ ଦେଖାଦିଏ ଏହି ସବୁ ଲକ୍ଷଣ ତ ଜାଣିବେ ଆପଣଙ୍କ ଉପରେ ଶନିଦେବ ଅଛନ୍ତି ପ୍ରସନ୍ନ, ବଦଳିଯିବ ଆପଣଙ୍କ ଭାଗ୍ୟ

ବନ୍ଧୁଗଣ ତେବେ ହିନ୍ଦୁ ଧର୍ମରେ ଶନିବାର ଦିନଟି ଭଗବାନ ଶନି ଦେବଙ୍କୁ ସମର୍ପିତ ହୋଇଥାଏ । ନଅ ଟି ଗ୍ରହ ଭିତରୁ ଶନି ଦେବଙ୍କୁ ବହୁତ କ୍ରୂର ବୋଲି ବୁଝାଯାଏ । ଶନିଙ୍କର ସାଢେସାତି କଥା ଜାଣି ବଡବଡ ବ୍ୟକ୍ତିଙ୍କ ଉପରେ ବି ମାନସିକ ଚିନ୍ତା ପଡିଥାଏ । ଏହା ସମସ୍ତେ ଜାଣିବା ଦରକାର ଶନି ଦେବ ସଚ୍ଚୋଟ ଲୋକଙ୍କ ପାଇଁ ଧନ, ଐଶ୍ଵର୍ୟ୍ୟ , ଶୁଭଫଳ ଦେଇଥାନ୍ତି । ଶନି ସନ୍ତୁଳନ ଓ ଧର୍ମର ଦେବତା , ନ୍ୟାୟ, କର୍ମ ଫଳଦାତା ଅଟନ୍ତି ।

 

ଶନି ଦେବା ଧନସମ୍ପଦ , ନ୍ୟାୟ ଆଉ ମୋକ୍ଷ ବି ଦେଇଥାନ୍ତି । କୁହାଯାଏ ଶନି ଦେବ ପାପୀ ମାନଙ୍କ ପାଇଁ ବହୁତ ଦୁଖଦାୟକ ହୋଇଥାନ୍ତି । ତେବେ ଶନିଙ୍କ ଦ୍ରୁଷ୍ଟି ପଡିଲେ ଜୀବନରେ ବହୁତ ଏପଟ ସେପଟ ହୋଇଥାଏ ଏହା ଦ୍ଵାରା ଜୀବନ ପୁରା ବର୍ବାଦ ହୋଇପାରେ । ବହୁ ବଡ ବଡ ଧନୀ ବି କଙ୍ଗାଳ ହୋଇ ପାରନ୍ତି । ସେହିପରି ଶନି ଦେବ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାତା ମଧ୍ୟ ହୋଇଥାନ୍ତି ।

ସୂର୍ଯ୍ୟ ପୁତ୍ର ଶନି ଦେବ ମର୍ତ୍ୟ ଲୋକର ସ୍ଵାମୀ ଯିଏ ବ୍ୟକ୍ତି କୁ ସମୟ ପଡିଲେ ଦଣ୍ଡ ଦେଇ ଜୀବନକୁ ସୁଧାରିବା ପାଇଁ ପ୍ରେରଣା ଦେଇଥାନ୍ତି । ଆମ ଗ୍ରନ୍ଥରେ ଶନି ଦେବଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ପଡେ କିପରି ଜାଣିହେବ ତାହାର କିଛି ଲକ୍ଷଣ ମଧ୍ୟ କୁହାଯାଇଛି । ତେବେ ଆଜି ଆମେ ଜାଣିବା ଯେଉଁ ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଥାଏ ତାଙ୍କର କିଛି ଲକ୍ଷଣ ରହିଥାଏ ।

 

ଏହିଭଳି ବ୍ୟକ୍ତିଙ୍କୁ ଶନି ଦେବ ଦଣ୍ଡ ବି ଦେଲେ ତାକୁ ସୁଧାରି ବାକୁ ଦେଇଥାନ୍ତି , ତେଣୁ ଯଦି ଆପଣଙ୍କ ଜୀବନ କଷ୍ଟରେ ଅଛି ଶନି ମନ୍ଦିର ଯାଇ ଶନି ଦେବଙ୍କୁ ପ୍ରାଥନା ନିଶ୍ଚିତ କରନ୍ତୁ । ଶନି ଦେବ ଆପଣଙ୍କୁ କଷ୍ଟ ଏଥିପାଇଁ ବି ଦିଅନ୍ତି ଆପଣ ସୁଧୁରି ଯାଆନ୍ତୁ ଆଉ ଆପଣଙ୍କ ଜୀବନ ସୁଖମୟ ହେଉ । ତେବେ ଚଲାନ୍ତୁ ଜାଣିବା କଣ ସେହି ଲକ୍ଷଣ ଯାହା ଦେଖାଦେଲେ ଆପଣ ଜାଣିବେ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ଅଛି ।

ତେବେ ଯଦି ଶନି ଦେବ କେଉଁ ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ତାହା ଜୀବନରେ କିଛି ବିଶେଷ ସଙ୍କେତ ଦେଖା ଦିଏ । ଏମିତି ଲୋକ ହାଲ୍କା ପତଳା ହୋଇଥାନ୍ତି , ସେହି ବ୍ୟକ୍ତି ପୁରା ଦୋଷ ମୁକ୍ତ ଥାଏ ଆଉ ଧୀରେ ଧୀରେ ଆଧ୍ୟାତ୍ମିକ ଆଡକୁ ମନ ବଳେଇଥାଏ । ଏହି ଲୋକ ମାନେ ଦେବୀ ଦେବତା ଉପରେ ଆରମ୍ଭରୁ ବିଶ୍ଵାସ ରଖନ୍ତି ନାହିଁ କିନ୍ତୁ ଧୀରେ ଧୀରେ ବିଶ୍ଵାସ ବଢିବାରେ ଲାଗିଥାଏ ।

 

ତେବେ ଏହିପରି ଲୋକଙ୍କୁ ଛୋଟ ବୟସରେ ଅସ୍ତି ଜନିତ ରୋଗ ଧରିନେଇଥାଏ , ଗୋଡ ମୋଡି ହୋଇଯିବା , ଗୋଡ ହାତ ଭାଙ୍ଗିବା , ଗଣ୍ଠି ଦରଜ ଆଦି ରହିଥାଏ । ଯଦି ଆପଣଙ୍କର ଏଭଳି ଲକ୍ଷଣ ଦେଖାଯାଉଛି ତେବେ ଜାଣି ନିଅନ୍ତୁ ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦ୍ରୁଷ୍ଟି ଅଛି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ସେମାନେ ବଡରୁ ବଡ ବିପଦରୁ ରକ୍ଷା ପାଇଥାନ୍ତି ।

ବିପଦ କେତେ ବଡ ହେଉ ନା କାହିଁକି ସମାଧାନ ବାହାରି ଆସିଥାଏ , ମାନେ କେତେ କଷ୍ଟ ହେଉ ନା କାହିଁକି ତାଙ୍କୁ ଅଧିକ କ୍ଷତି ହୋଇ ନଥାଏ । ତେବେ ଏହି ପ୍ରକାର ବ୍ୟକ୍ତି କାହାର ସାହାର୍ଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ଅବା କାହା ସାହାଯ୍ୟ ନେଇ ଆଗକୁ ବଢିଥାନ୍ତି । ଏଭଳି ଲୋକ ବହୁ ଛୋଟ କାମକୁ ଆରମ୍ଭ କରି ବହୁତ ବଡ ମଣିଷ ହୋଇ ଯାଇଥାନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button