IBN ଓଡ଼ିଶା ବ୍ୟୁରୋ

୭୦ ବର୍ଷ ପର୍ଯ୍ୟନ୍ତ କେଶ କଳା ରହିବ, ୧୦୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହିବେ

ନମସ୍କାର ବନ୍ଧୁଗଣ ତେବେ ମନ୍ଦାର ଗଛର ପ୍ରାୟ ସବୁ ଅଂଶ ବିଭିନ୍ନ ଉପାୟରେ ବେଶ୍ ପ୍ରଭାବଶାଳୀ ହୋଇଥାଏ । ଉଭୟ ଆୟୁର୍ବେଦ ଓ ନ୍ୟାଚୁ ରୋପାଥିରେ ମନ୍ଦାର ଗଛର ଫୁଲ, ଏହାର ଚେର, ପତ୍ର, ଛାଲ ବିଭିନ୍ନ ଚିକିତ୍ସୀୟ ଉଦ୍ଦେଶ୍ୟରେ ବ୍ୟବହାର ହୁଏ । ଅତି ସୁନ୍ଦର ଦେଖାଯାଉଥିବା ମନ୍ଦାର ଫୁଲର ସ୍ୱାସ୍ଥ୍ୟଗତ ଫାଇଦା ବି ରହିଛି ।

ଆମ ଦେଶରେ ଶହ ଶହ ବର୍ଷ ଧରି ମନ୍ଦାର ଗଛର ବିଭିନ୍ନ ଅଂଶ ଆୟୁର୍ବେଦୀୟ ଓ ନ୍ୟାଚୁରୋପାଥି ଔଷଧ ଭାବେ ବ୍ୟବହାର ହୋଇ ଆସୁଛି ବୋଲି ବିଶେଷଜ୍ଞ ଡକ୍ଟର ରାଜନ ଚନ୍ଦ୍ର କହନ୍ତି । ମନ୍ଦାର ଗଛ କ୍ୟାଲସିୟମ, ଲୌହସାର, ଭିଟାମିନ ସି ଓ ଫାଇବରରେ ଭରପୂର । ଏହାଛଡା ଏଥିରେ ଆଂଟିଅକ୍ସିଡାଂଟ ବି ଥାଏ, ଯାହା ଶରୀରର ପାଚନ ପ୍ରକ୍ରିୟାର ବିକାଶ କରିଥାଏ । ଏହାର ପ୍ରଦାହ ବିରୋଧୀ ଉପାଦାନ ହାଇପରଟେନସନ ଓ ଯକୃତ ସମସ୍ୟାରେ ସହାୟକ ହୁଏ ।

ତେବେ ମନ୍ଦାର ପତ୍ରରୁ ପ୍ରସ୍ତୁତ ଚା’ ଉଚ୍ଚ ରକ୍ତଚାପ ଓ ହୃଦ ସମସ୍ୟା ଥିବା ରୋଗୀଙ୍କ ପାଇଁ ଔଷଧ ଭଳି କାମ ଦିଏ । ଆନେମିଆ ରୋଗୀଙ୍କ ପାଇଁ ବି ମନ୍ଦାର ଉପକାରୀ ହୋଇଥାଏ । ମନ୍ଦାର ପତ୍ରର ଚା’ ନିୟମିତ ସେବନ କଲେ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ । ଏହାଛଡା ମନ୍ଦାର ଚା’ ଓ ଏହାର ପତ୍ର ଖାଇଲେ ଶରୀରର କୋଲଷ୍ଟେରଲ ସ୍ତର ଠିକ୍ ରହେ ।

ଏହାଛଡା ଏହା ଥଣ୍ଡା ଓ କଫର ଚିକିତ୍ସାର ସହାୟକ ହେବା ସହ ପାଟି ଘାଆରୁ ମୁକ୍ତି ଦେଇଥାଏ । ମନ୍ଦାର କ୍ଷତିକାରକ ବି ହୋଇପାରେଆମ ବିଶେଷଜ୍ଞ ଡକ୍ଟର ରାଜନଙ୍କ ଅନୁସାରେ ଆୟୁର୍ବେଦ ହେଉ ବା ନ୍ୟାଚୁରୋପାଥି, ହୋମିଓପାଥିକ ହେଉ ବା ଆଲୋପାଥିକ୍‌, ସବୁର ଔଷଧ ନେବା ପୂର୍ବରୁ ଡାକ୍ତର ବା ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଜରୁରୀ । ତାଙ୍କ ତତ୍ୱାବଧାନରେ ହିଁ ଔଷଧ ନେବା ଦରକାର । ବିନା ଡାକ୍ତରୀ ପରାମର୍ଶରେ ଔଷଧ ସେବନ କଲେ,ଅନେକ ସମୟରେ ଏହାର ବୀପରିତ ପ୍ରଭାବ ପଡିଥାଏ ।

ତେବେ ପେଟ ଯନ୍ତ୍ରଣା ହେଉଥିଲେ ଏହାର ପତ୍ରର ରସକୁ ପିଇବା ଦ୍ବାରା ଠିକ୍ ହୋଇଥାଏ । ପାଟିରେ ହୋଇଥିବା ଘା’କୁ ମଧ୍ୟ ଭଲ କରିଥାଏ ମନ୍ଦାର ଫୁଲ । ତେବେ ଆଜିର ସମୟରେ ଅନେକ ଲୋକ ଚନ୍ଦାପଣ ବା ଏଲୋପେସିଆ ଭଳି ସମସ୍ୟାର ସମୁଖୀନ ହେଉଛନ୍ତି । ସମୟ ପୂର୍ବରୁ ଚନ୍ଦା ହୋଇଗଲେ ବା କେଶ ଅତ୍ୟଧିକ ଝଡିଲେ ବହୁତ ଆତ୍ମଗ୍ଳାନି ଅନୁଭବ ହୋଇଥାଏ, ଯାହା ଆମ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବଂଶଗତ କାରଣରୁ କିମ୍ବା ଭୁଲ ଜୀବନଶୈଳୀ ଓ ଦୂଷିତ ପରିବେଶ ଯୋଗୁଁ ଏହିସବୁ ସମସ୍ଯା ଦେଖା ଦେଇଥାଏ ।

ଏଥି ପାଇଁ ଆପଣ କିଛି ମନ୍ଦାର ପତ୍ର କୁ ନିଅନ୍ତୁ ଏବଂ ଭଲ ଭାବରେ ଧୋଇ ଦୁଅନ୍ତୁ ଏବଂ ପରେ ଭଲ ଭାବରେ ଏହାର ଏକ ପେଷ୍ଟ ତିଆରି କରନ୍ତୁ ଏବଂ ସେହି ପେଷ୍ଟ କୁ ଆପଣ ନିଜ ମଥାରେ କେଶରେ ଲଗାନ୍ତୁ । ଏଵଂ ଦୁଇ ଘଂଟା ପରେ ଧୋଇ ଦିଅନ୍ତୁ । ତେବେ ସପ୍ତାହ ରେ ଦୁଇ ରୁ ୩ ଥର ଏଭଳି କରନ୍ତୁ । ତେବେ ଏହା ଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଯିବ ଏବଂ ରୂପୀ ସମସ୍ୟା ମଧ୍ୟ ଦୁର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button