ଦେଶ

ଲୋକସଭା-୨୦୨୪ ବୁଲେଟିନ୍‌; ହରିଆଣାରେ ଏକାକୀ ଲଢ଼ିବ ବିଜେପି – Ibnodisha

[ad_1]

ଚଣ୍ଡିଗଡ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ନିଜ ଷ୍ଟ୍ରାଟେଜୀ ମୁତାବକ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଛି । ଏହି ପରିପ୍ରେକ୍ଷୀରେ ହରିଆଣା ବିଜେପି ପକ୍ଷରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ହରିଆଣା ବିଜେପି ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟର ସମସ୍ତ ୧୦ଟି ଯାକ ଆସନରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚାହୁଁଛି । କାରଣ ପୂର୍ବ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଏଠାରେ ଏକାକୀ ଲଢ଼ି ସମସ୍ତ ୧୦ଟି ଯାକ ଲୋକସଭା ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଥିଲା । ତେବେ ପ୍ରଦେଶ ବିଜେପି ସଭାପତି ଏସମ୍ପର୍କରେ ଦଳୀୟ ନେତା, ସାଂସଦଙ୍କ ସହ ଆଲୋଚନା କରିଥିବା ବେଳେ ଦଳର ସମସ୍ତ ସାଂସଦ ତଥା ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଦଳ ଏକୁଟିଆ ଲଢ଼ିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଏତଦ୍‌ବ୍ୟତୀତ ଏସମ୍ପର୍କରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମଧ୍ୟ ପ୍ରଦେଶ ସଭାପତି ଏସମ୍ପର୍କରେ ଅବଗତ କରାଇଥିଲେ । ଦିନକ ପୂର୍ବେ ଦିଲ୍ଳୀରେ ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ (ସିଇସି)ରେ ମଧ୍ୟ ଏସମ୍ପର୍କରେ ଆଲୋଚନା ହୋଇଥିଲା । ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ଅନ୍ୟତମ ସହଯୋଗୀ ଦଳ ଜେଜେପି ସହ ମେଣ୍ଟ ନକରିବାକୁ ନିିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ସୁତରାଂ ଆଗାମୀ ଲୋକସଭା ନିର୍ବାଚନ ପାଇଁ ହରିଆଣାରେ ବିଜେପି ଏବଂ ଦୁଷ୍ୟନ୍ତ ଚୌଟାଲାଙ୍କ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button