ଆରପାରିରେ ଫ୍ୟାସନ ଆଇକନ୍ ଆଇରିସ୍ ଆଫେଲ୍ – Ibnodisha
[ad_1]
ନୂଆଦିଲ୍ଲୀ : ଆରପାରିରେ ଶତାୟୁ ଷ୍ଟାଇଲିଷ୍ଟ ଫ୍ୟାସନ ଆଇକନ୍ ଆଇରିସ୍ ଆଫେଲ୍ । ୧୦୨ ବର୍ଷରେ ଦୁନିଆ କୁ କହିଛନ୍ତି ଅଲବିଦା । ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏନେଇ ସୂଚନା ଦିଆଯାଇଛି । ନ୍ୟୁ ୟର୍କ କ୍ୱିନ୍ ନଗରର ଶତାୟୁ ଫ୍ୟାସନ ଡିଜାଇନର ତାଙ୍କ ଅନୋଖା ଅନ୍ଦାଜ ସବୁଠରୁ ଲୋକପ୍ରିୟ୍ । ଖାସ୍ କରି ସେ ପିନ୍ଧୁଥିବା ବଡ ବଡ ଚଷମା ପାଇଁସେ ବେଶ ପପୁଲାର୍ । କାରଣ ଚଷମାର ଲୁକ୍ ପୁରା W ଭଳି ଦେଖିବାକୁ । ହେଲେ ଏବେ ତାଙ୍କର ହୋଇଛି ପରଲୋକ । ୮୦ ଓ ୯୦ ଦଶକରେ ସେ ପ୍ରସିଦ୍ଧି ନଥିଲେ ସେ ଏବେ ଥିଲେ ବେଶ୍ ଫେମସ । ଜଣେ ଚମତ୍କାରୀ ଇଣ୍ଟେରିୟର ଡିଜାଇନର୍, ସେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ପ୍ୟାରିସ୍ ଫ୍ୟାଶନ୍ ଶୋ’ର ଆଗ ଧାଡିରେ ଡିଜାଇନର ଥିଲେ । ଆମେରିକୀରେ ଜନ୍ମିତ ଆଇରିସ୍ ଫ୍ୟାଶନ୍, ପୋ ଷାକ ଏବଂ ଭିତର ଡିଜାଇନ୍ ଦୁନିଆନି ର ଅନ୍ୟତମ ବ୍ୟକ୍ତିତ୍ୱ । ବିଗତ ୪୦ ବର୍ଷମଧ୍ୟରେ, ଆଇରିସ୍ ନିଜ ପାଇଁ ଏକ ଭିନ୍ନ ଦୁନିଆନି ସୃଷ୍ଟି କରିଛନ୍ତି । ଆଇରିସ୍ ଆରମ୍ଭରୁ ଫ୍ୟାଶନ୍ ରେ କ୍ୟାରିୟର କରିଆସୁଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ସେ ଏହି ପ୍ରଫେସନ ସହ ଜଡିତ ଥିଲେ । ବେଶ୍ ଚିତାକର୍ଷକ ଆଇରିସ୍ ଜୀବନ କାହାଣୀ । ୧୯୫୦ ମସିହାରେ ତାଙ୍କ ସ୍ୱାମୀ କାର୍ଲ ଆଫେଲଙ୍କ ସହ ଏହି ବ୍ୟବସାୟକୁ ଆସିଥିଲେ । ପୂର୍ବରୁ ସେ ଏକ ଟେକ୍ସଟାଇଲ୍ ଫାର୍ମର ମାଲିକ ଥିଲେ । ୧୯୯୨ରେ ଅବସର ନେବା ପର୍ଯ୍ୟନ୍ତ ଏହାକୁ ପରିଚାଳନା କରିଥିଲେ । ୬୭ ବର୍ଷପୂର୍ବେ ବିବାହ କରିଥିଲେ ଆଇରିସ୍ । ତେବେ ୨୦୧୫ର ତାଙ୍କ ସ୍ୱାମୀଙ୍କର ହୋଇଥିଲା ଦେହାନ୍ତ ।
[ad_2]